Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନଳିନୀଙ୍କ ବିରୋଧରେ ହଲ୍ଲାବୋଲ ରଚିଲେ ଦଳର ବରିଷ୍ଠ ନେତା ଓ କର୍ମୀ

Odisha

ନଳିନୀଙ୍କ ବିରୋଧରେ ହଲ୍ଲାବୋଲ ରଚିଲେ ଦଳର ବରିଷ୍ଠ ନେତା ଓ କର୍ମୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନଳିନୀଙ୍କ ବିରୋଧରେ ହଲ୍ଲାବୋଲ ରଚିଲେ ଦଳର ବରିଷ୍ଠ ନେତା ଓ କର୍ମୀ

ଅର୍ଗସ ବ୍ୟୁରୋ: ପୁଣି ତେଜିଲା BJD କଳି। ନଳିନୀଙ୍କ ବିରୋଧରେ ହଲାବୋଲ ରଚିଲେ ଦଳର ବରିଷ୍ଠ ନେତା ଓ କର୍ମୀ। ବନ୍ଧୁ ମିଳନ ନାରେ  BJD ନେତା ନଳିନୀ ପ୍ରଧାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ନିଜ ଦଳର ବରିଷ୍ଠ ନେତା ଓ କର୍ମୀ। ଆଠମଲ୍ଲିକ ସ୍ଥିତ ପୁରୁଣାମାଣତ୍ରି ପଞ୍ଚାୟତ ଚିଲଖଣ୍ଡି ଗ୍ରାମରେ ନଳିନୀ ବିରୋଧରେ ଆଠମଲ୍ଲିକର ଚାଷୀ ନେତା ଅଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ମେଳି ବାନ୍ଧିଥିଲେ ନଳୀନି ବିରୋଧୀ ଗୋଷ୍ଠୀ। ଆଉ ବନ୍ଧୁ ମିଳନ ନାରେ ଆଠମଲ୍ଲିକ BJD ରୁ ନଳିନୀଙ୍କୁ ବିଦା କରିବା ପାଇଁ ଦଳୀୟ BJD କର୍ମୀ ଖୋଲା ଆହ୍ବାନ ଦେଇଥିଲେ ଆଠମଲ୍ଲିକ BJD ର ପୁରୁଖା ନେତା ଓ କର୍ମୀ ।

ଆଠମଲ୍ଲିକ ବିଜେଡିର ସ୍ଥିତି ବେହାଲ। ପ୍ରଥମେ MLA ଆଉ ଏବେ ଦଳର ବରିଷ୍ଠ ନେତା ଓ କର୍ମୀ ଦେଇଛନ୍ତି ନଳିନୀଙ୍କ ବିରୋଧରେ ଯୁଦ୍ଧଙ୍ଗଦେହି ଡାକରା। ଅନୁଗୁଳ ଆଠମଲ୍ଲିକ BJD ପମ୍ପଚରରେ ଯେତେ ପେଚ ମାରିଲେ ବି ଆଉ ପେଚ ରହୁନି। ଆଉ ଏବେ ନିର୍ବାଚନ ମଣ୍ଡଳୀରେ ଚାଲିଛି ନଳିନୀଙ୍କ ବିରୋଧରେ ନଳିନୀ ବିରୋଧିଙ୍କ ଅଘୋଷିତ ମେଣ୍ଟ। ପୁର୍ବରୁ ଗଣ୍ଡ ସମାଜ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୋଗୁଁ ବିଧାୟକ ରମେଶ ସାଏ ଓ ଗଣ୍ଡ ସମାଜର ଶତ୍ରୁ ପାଲଟିଥିବା ନଳିନୀ ଙ୍କ ବିରୋଧରେ ପୁଣି ଥରେ ଗର୍ଜିଛନ୍ତି BJD ନେତା ଓ କର୍ମୀ। ଆଉ  BJD ରୁ ନଳିନୀ ପ୍ରାର୍ଥି ହେଲେ BJD କୁ ଆଠମଲ୍ଲିକ ବିଧାନ ସଭା ସିଟକୁ ହରାଇବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ନିଜ ଦଳର ନେତା ଓ କର୍ମୀ ।

ଖାଲି ସେତିକି ନୁହେଁ ଜଣେ ସଚିବ ଙ୍କ ହାତରେ ଦଳ ଭରଷା କଲେ ଦଳକୁ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରେ ମାହାଙ୍ଗା ପଡ଼ିବ ବୋଲି ଖୋଲା ଆହ୍ବାନ ଦେଇଛନ୍ତି BJD ର ପୁରୁଖା ନେତା ଓ କର୍ମୀ । ମେଳି ବାନ୍ଧିଲେଣି ନଳିନୀ ବିରୋଧୀ ଗୋଷ୍ଟୀ। ଗଣ୍ଡ ସମାଜ ଓ MLA ଙ୍କ ବିରୋଧ ପରେ ଏବେ ପୁଣି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି BJD ଦଳର ନେତା ଓ କର୍ମୀ । ତେବେ ଏଭଳି ସ୍ଥିତିରେ ଆଠମଲ୍ଲିକ ବିଜୁ ଜନତା ଦଳକୁ ଆଗମୀ ନିର୍ବାଚନରେ କେଉଁ ପରିସ୍ଥିତି ସାମ୍ନା କରିବାକୁ ପଡୁଛି ଆଉ ବିରୋଧୀ ଏହାର କେତେ ଫାଇଦା ଉଠାଉଛନ୍ତି ତାକୁ ହିଁ ଅପେକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus Whatsapp Channel Mobile Top
Sponsored
Senior leaders and workers of the party created a ruckus against Nalini | Argus News