ସମ୍ବଲପୁରରେ ପୃଥକ ସଡ଼କ ଦୁର୍ଘଟଣା, ୪ ମୃତ
·2 years ago

ଅର୍ଗସ ବ୍ୟୁରୋ: ସମ୍ବଲପୁର ସହରରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି। ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ବୁର୍ଲା ଭିସୁଟ ମରିଚି ହଷ୍ଟେଲ ସମ୍ମୁଖରେ ସ୍କୁଟି ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଯେଉଁଥିରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ମୃତକ ମାନେ ହେଲେ ଆଶୀର୍ବାଦ ରଥ ଓ ଆକ୍ଷିତ ସେଠି l
ସେହିପରି ଟାଉନ ଥାନା ଅନ୍ତର୍ଗତ ଚାଉଁରବ୍ରିଜ ଉପରେ ସ୍କୁଟି ଓ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ଦୁଇ ଜଣ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ କ୍ଷେତରାଜପୁର ଅଞ୍ଚଳର ସୂର୍ଯ୍ୟା ଅଗ୍ରୱାଲ ଓ କ୍ରିଷ୍ଣା ଅଗ୍ରୱାଲ । ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବାବେଳେ ୩ଜଣ ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
