ରାଜଧାନୀରେ ଭୟଙ୍କର ସିରିଜ ଦୁର୍ଘଟଣା
·2 years ago

ଭୁବନେଶ୍ୱର: ରାଜଧାନୀରେ ଭୟଙ୍କର ସିରିଜ ଦୁର୍ଘଟଣା । ଏକାଧିକ କାରକୁ ଧକ୍କା ଦେଲା ଟ୍ରକ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣିରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିବା ସୂଚନା ରହିଛି । ଉତ୍ୟକ୍ତ ଲୋକଙ୍କ ଦ୍ଵାରା ପଳାଶୁଣି ଛକରେ ରାସ୍ତାରୋକ କରାଯାଇଛି । ପୁରା ଓଭର ବ୍ରିଜ୍ , ତଳ ରାସ୍ତା ଜାମ୍ ହୋଇଯାଇଛି । ଅନେକ ଗାଡି ଅଟକି ରହିଛନ୍ତି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛନ୍ତି । ସେପଟେ ବାରମ୍ବାର ପଳାଶୁଣି ଛକରେ ଏପରି ଦୁର୍ଘଟଣା ଘଟୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: