Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା: 20 ଗୁରୁତର 

Odisha

କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା: 20 ଗୁରୁତର 

Manini Pattanayak
Browse all articles by Manini Pattanayak
·1 year ago·1 min read
କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା: 20 ଗୁରୁତର 

ଗଜପତି :  ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା l ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ୍‌ଅପ ଭ୍ୟାନ କୁ ଧକା ଦେଇ ରାସ୍ତାରେ 20 ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀ ବାହି ବସ l ଫଳରେ ଉଭୟ ବସ ରେ ଥିବା ଯାତ୍ରୀ ଙ୍କ ମଧ୍ୟରୁ ପ୍ରାୟ 20 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ 14 ଜଣ ଗୁରୁତର ଥିବାବେଳେ 4 ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l

ସମସ୍ତ ଆହତ ମାଲକାନଗିରି ଅଂଚଳର l ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା l ରାତି ପ୍ରାୟ ସାଢେ ଗୋଟାଏ ବେଳେ ଲିଲିଗଡ଼ କେନ୍ଦୁଘାତିରେ ରାସ୍ତା କଡ଼କୁ ଖସିପଡ଼ିଥିଲା l ତେବେ ରାସ୍ତା କଡ଼କୁ ବସ ଟି ଥିବାବେଳେ ଆଗରେ ଏକ ପିକ୍‌ଅପ ଭ୍ୟାନ ଥିଲା l ଏହି ସମୟରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ମହା କlଳେଶ୍ୱର ନାମକ ଆଉ ଏକ ଯାତ୍ରୀବାହି ବସ ବସ ଓ ପିକ ଅପ କୁ ପଛପଟୁ ଧକା ଦେଇ ରାସ୍ତାର 20 ଫୁଟ ତଳକୁ ଖସି ଓଲଟି ପଡିଛି l ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଛି l

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Series of accidents in Kendughati: 20 serious | Argus News