Videos
|
Odisha

ମହାପ୍ରଭୁଙ୍କ ବାଡଗ୍ରାହୀ କହିଲେ ମହାପ୍ରଭୁଙ୍କୁ ଅସମ୍ମାନ

Smruti Parija
Browse all articles by Smruti Parija
·2 years ago·1 min read
ମହାପ୍ରଭୁଙ୍କ ବାଡଗ୍ରାହୀ କହିଲେ ମହାପ୍ରଭୁଙ୍କୁ ଅସମ୍ମାନ

ପୁରୀ: ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମାରେ ନବୀନ ଓ ପାଣ୍ଡିଆନଙ୍କ ଫଟୋକୁ ନେଇ ତେଜୁଛି ବିବାଦ। ପ୍ରଥମଥର ପାଇଁ ଏନେଇ ମୁହଁ ଖୋଲିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ହାଇଁ ମହାପାତ୍ର । କହିଛନ୍ତି ମହାପ୍ରଭୁଙ୍କ ସମ୍ନାନ ନାଁରେ ଇଏ ଅସମ୍ମାନ । ନବୀନ ଓ ପାଣ୍ଡିଆନଙ୍କ ଫଟୋକୁ ନେଇ ସେ କହିଛନ୍ତି ଏହା ଠିକ୍ ହୋଇନାହିଁ। କେବଳ ଜଗନ୍ନାଥଙ୍କ ଫଟୋ ରହିବାର ଥିଲା ।

ଖାଲି ସେତିକି ନୁହେଁ, ଚାଉଳ ମଗାକୁ ବି ସନାଲୋଚନା କରିଛନ୍ତି ସେ। ତା ସହିତ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ଉପରେ ସରକାର ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ଜଗନ୍ନାଥ ସ୍ହାଇଁ ମହାପାତ୍ର। 
ସେପଟେ ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀଙ୍କୁ ସହ ସ୍ବର ମିଳାଇଛନ୍ତି ବୁଦ୍ଧିଜୀବୀ, ଜଗନ୍ନାଥପ୍ରେମୀ। 

ନୂଆଦିଲ୍ଲୀ ଯନ୍ତରମନ୍ତରରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦୁଆର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଗଣତି କରିବା ଦାବିରେ ଧାରଣା ଦେଇଥିଲା ଜଗନ୍ନାଥସେନା । ରାଜ୍ୟରୁ ନ୍ୟାୟ ନମିଳିବାରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା ଓ ଧାର୍ମିକ ଅଧିକାର ମାଗିବା ପାଇଁ ଆସିଛୁ ବୋଲି କହିଛନ୍ତି ଆନ୍ଦୋଳନକାରୀ। ଜଗନ୍ନାଥଙ୍କ ବାଡଗ୍ରାହୀ ମଧ୍ୟ ତୁରନ୍ତ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି । 

ଏବେ ବଡ଼ ପ୍ରଶ୍ନ ରତ୍ଣ ଗଣନା ଓ ଭଣ୍ଡାର ମରାମତି ପାଇଁ କାହିଁକି ଡରୁଛନୱ୍ତି ସରକାର, ଗଜପତି ମହାରାଜା, ମୁଖ୍ୟ ବାଡଗ୍ରାହୀଙ୍କ ସହ କୋଟି କୋଟି ଓଡ଼ିଆଙ୍କ ଦାବି ପରେ ବି କାହିଁକି ହେଉନାହିଁ ରତ୍ନଗଣନା, ସୁରକ୍ଷିତ ଅଛି ତ ରତ୍ନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

servant of Mahaprabhu said disrespect to Mahaprabhu-on-arpana-ratha-project | Argus News