Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଯୁବତୀଙ୍କୁ ଗଣ ଦୁଷ୍କର୍ମ

Manini Pattanayak
Browse all articles by Manini Pattanayak
·1 year ago·1 min read
 ଯୁବତୀଙ୍କୁ ଗଣ ଦୁଷ୍କର୍ମ

ଢ଼େଙ୍କାନାଳ: ଢ଼େଙ୍କାନାଳରେ ଲଜ୍ୟା। ଗାଁ କମ୍ୟୁନିଟ ସେଣ୍ଟର ଆଶ୍ରୟ ନେଇ ଏକୁଟିକା ରହୁଥିବା ଯୁବତୀଙ୍କୁ ମାସ ମାସ ଧରି ଗଣ ବଳାତ୍କାର ଅଭିଯୋଗ। ସାତ ଜଣ ବ୍ୟକ୍ତି  ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ଭାପୁର ଫାଣ୍ଡି  ଅଞ୍ଚଳରେ ଏଭଳି ଘଟଣା ଘଟିଛି। ତେବେ ଏହି ଯୁବତୀ ଜଣକ ଏବେ ୭ ମାସର ଗର୍ଭବତୀ ଥିବା ଜଣା ପଡିଛି। ଗାଆଁର କିଛି ଲୋକ ଏହି କଥା ଜାଣିବା ପରେ ସେମାନେ ସକ୍ଷୀ କେନ୍ଦ୍ର ସହ ଯୋଗାଯୋଗ କରିଥିଲେ।

ସକ୍ଷୀ କେନ୍ଦ୍ରର କର୍ମଚାରୀ ମାନେ ପୋଲିସ ସହାୟତା ନେଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏନେଇ ଆଜି ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୋଗ ଅନୁଯାୟୀ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁସାରେ ଯୁବତୀ ଙ୍କ ବାପା ନିଜ ଶ୍ଵଶୁର ଘରେ ରହି ଆସୁଥିଲେ।ବାପା ମାନସିକ ବିକାର ଗ୍ରସ୍ତ ହୋଇଥିବା ବେଳେ ମା ଆରପାରିକୁ ଚାଲିଯାଇଛନ୍ତି। ଯୁବତୀଙ୍କ ଭାଇ ସାମାନ୍ୟ ମାନସିକ ବିକାର ଗ୍ରସ୍ତ ହୋଇଥିବା ବେଳେ ସେ ଏକ ଦୋକାନରେ କାମ କରୁଛନ୍ତି।ଯୁବତୀ ଜଣକ ଏକୁଟିଆ ରହିବାର ସୁଯୋଗ ନେଇ ନର ପିଶାଚ ମାନେ ଏଭଳି କାଣ୍ଡ କରିଥିବା ଜଣା ପଡ଼ିଛି।ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ସଦର ପୋଲିସ ଚାରି ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।ଅଭିଯୁକ୍ତ ମାନେ ଦୋଷ ସ୍ବୀକାର କରିଥିବା ସଦର ଥାନା ଅଧିକାରୀ ଦୀପକ ଲେଙ୍କା କହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Seven persons have been assaulting young women | Argus News