Videos
|
Odisha

ଅଚଳ ନଳକୂପ ଭରସାରେ ସତୁରି ପରିବାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଚଳ ନଳକୂପ ଭରସାରେ ସତୁରି ପରିବାର

ଅର୍ଗସ ବ୍ୟୁରୋ:  ପାଣି ପାଇଁ ମେଳି...ପାଣି ପାଇଁ କଳି...ପାଣି ପାଇଁ କେନ୍ଦୁଗୁଡାରେ ପଡିଛି ଭେଳି....। ଉପାନ୍ତରେ ଦୁଃଖ ଦେଉଛି ଜଳ କଷ୍ଟ। ବର୍ଷ ବର୍ଷ ଧରି ଏଠି ଲୋକେ ପାଣି ପାଇଁ ଛଟପଟ ହେଉଛନ୍ତି। ପାଣି ପାଇଁ ଏକଯୁଟ ହୋଇ ନଳକୂପ ଯାଏଁ ଯାଉଛନ୍ତି ସତ କିନ୍ତୁ, ନଳକୂପ ପାଖରେ କିଏ ପାଣି ନେବ ତାକୁ ନେଇ ଟଣାଓଟରା।  ରାଜ୍ୟ ସରକାର ପ୍ରତ୍ୟକ ଅଞ୍ଚଳରେ ବସୁଧା ଯୋଜନାରେ ଗାଁକୁ ଗାଁ, ଘରକୁ ଘର ପାଣି ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଉପାନ୍ତବାସୀ କିନ୍ତୁ ପାଣି ନପାଇ ଡହଳ ବିକଳ ହେଉଛନ୍ତି।

ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତି ଗୁଡା ପଞ୍ଚାୟତର କେନ୍ଦୁଗୁଡା । ଏଠାରେ ଥିବା  ଏକ ନମ୍ବର ୱାର୍ଡରେ ସତୁରୀରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ମାତ୍ର ୱାର୍ଡରେ ବସୁଧା ଯୋଜନା ଫେଲ । ନଳକୂପ ହିଁ ଏମାନଙ୍କ ସହାଭାରସା। ତାହା ମଧ୍ୟ ଅଚଳ ସାଙ୍ଗେ ସମାନ । ଘଣ୍ଟାଏ ମାରିଲେ ଗୋଟିଏ ହାଣ୍ଡି ପାଣି ବାହାରୁଛି । ସେ ପୁଣି ଗଳିଆ ପାଣି । ଏହି ପାଣି ପିଇବା ଉପଯୋଗୀ ନୁହେଁ କିନ୍ତୁ ପାନୀୟ ଜଳର କୌଣସି ବିକଳ୍ପ ନପାଇ ଲୋକେ ବାଧ୍ୟ ହୋଇ ଏହି ପାଣି ବ୍ୟବହାର କରୁଛନ୍ତି।କେନ୍ଦୁଗୁଡାରେ ବସୁଧା ସାଜିଛି ପ୍ରହସନ। ଗାଁ ମୁଣ୍ଡରେ ପଚାଶ ହଜାର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇଛି ।  ଘରେ ଘରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି। ମାତ୍ର ତାହା କେନ୍ଦୁଗୁଡାବାସୀଙ୍କ କାମରେ ଆସୁନି।

ଜଳ ହିଁ ଜୀବନ। ମାତ୍ର ରାଜ୍ୟ ସରକାରଙ୍କ ଅସଜଡା ବସୁଧା ଯୋଜନା ପାଇଁ କେନ୍ଦୁଗୁଡାରେ ଜଳ ସାଜିଛି କଳିର କାରଣ। ଦେଖିବାକୁ ବାକି ରହିଲା ପ୍ରଚାରରେ ସିମିତ ବସୁଧା ଯୋଜନାର ଲାଭ କେବେ ପାଇବେ ଉପାନ୍ତବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Seventy families depend in tubewell | Argus News