|
logo
Live
Argus News App
GET APP

Argus News - ଭୀଷଣ ଶୀତରେ ଥରୁଛି ଓଡ଼ିଶା; ପିଲାଙ୍କ ସ୍କୁଲ୍ ସମୟ ପରିବର୍ତ୍ତନ କଲା ପ୍ରଶାସନ

Odisha

School Time / ଭୀଷଣ ଶୀତରେ ଥରୁଛି ଓଡ଼ିଶା; ପିଲାଙ୍କ ସ୍କୁଲ୍ ସମୟ ପରିବର୍ତ୍ତନ କଲା ପ୍ରଶାସନ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଭୀଷଣ ଶୀତରେ ଥରୁଛି ଓଡ଼ିଶା; ପିଲାଙ୍କ ସ୍କୁଲ୍ ସମୟ ପରିବର୍ତ୍ତନ କଲା ପ୍ରଶାସନ
Cold Wave Hits Odisha, Administration Changes School Time

Key Points

ଶୀତର ପ୍ରକୋପ ବଢ଼ିଥିବା ବେଳେ ସ୍କୁଲ୍ ପିଲାଙ୍କ ପାଇଁ ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି । ଭୀଷଣ ଶୀତକୁ ଦେଖି ବିଦ୍ୟାଳୟ ସମୟରେ ପ୍ରଶାସନ ପରିବର୍ତ୍ତନ ଆଣିଛି ।
କଟକ/ଭଦ୍ରକ: କାଲ ମାରି ଯାଉଛି ଶରୀର । କାମ କରୁନି ଗୋଡ଼ ହାତ । ପ୍ରବଳ ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଉପକୂଳରୁ ଉପାନ୍ତ, ଆଭ୍ୟନ୍ତରୀଣରୁ ନେଇ ପଶ୍ଚିମ ଓ ଉତ୍ତର ଓଡ଼ିଶା ଜାଡ଼ରେ ଥରୁଛି ।

ଶୀତର ପ୍ରକୋପ ବଢ଼ିଥିବା ବେଳେ ସ୍କୁଲ୍ ପିଲାଙ୍କ ପାଇଁ ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି । ଭୀଷଣ ଶୀତକୁ ଦେଖି ବିଦ୍ୟାଳୟ ସମୟରେ ପ୍ରଶାସନ ପରିବର୍ତ୍ତନ ଆଣିଛି । ଥଣ୍ଡା ପାଇଁ ଶନିବାର ପିଲାଏ ଆଉ ସକାଳୁଆ ସ୍କୁଲ୍ ଯିବେ ନାହିଁ ।

ଏଥିସହ ପଢ଼ନ୍ତୁ: ଜାନୁଆରୀ ୧୩ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି, ପ୍ରବଳ ଥଣ୍ଡା ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି

ଏନେଇ ଭଦ୍ରକ ସହ କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଥଣ୍ଡା ପାଇଁ ମର୍ଣ୍ଣିଂ ସ୍କୁଲ୍ ପରିବର୍ତ୍ତେ ପିଲାଏ ଦିନ ୧୦ଟାରେ ବିଦ୍ୟାଳୟକୁ ପଢ଼ିବାକୁ ଯିବେ । ପ୍ରବଳ ଥଣ୍ଡା ଓ ଘନ କୁହୁଡ଼ିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ଅନ୍ୟଦିନ ଭଳି ଶନିବାର ସକାଳ ୧୦ଟାରୁ ୪ ପର୍ଯ୍ୟନ୍ତ ସ୍କୁଲ୍ ଖୋଲା ରହିବ । କଟକ ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ ।

ସେହିଭଳି ଭଦ୍ରକ ଜିଲ୍ଲା ପ୍ରଶାସନ ମଧ୍ୟ ଶୀତ ପାଇଁ ସମାନ ନିଷ୍ପତ୍ତି ନେଇଛି । ଶନିବାର ପିଲାଏ ସକାଳୁ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସିବେ ନାହିଁ । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶନିବାର ସକାଳୁଆ ସ୍କୁଲ୍ ପରିବର୍ତ୍ତେ ଦିନ ୧୦ଟାରେ ଆରମ୍ଭ ହେବ ପାଠପଢ଼ା ।

ଏନେଇ ଭଦ୍ରକ ଜିଲ୍ଲାପାଳ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଫେବ୍ରୁଆରୀ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାରେ ଶନିବାର ସକାଳୁଆ ସ୍କୁଲ୍ ହେବ ନାହିଁ । ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ଅଭିଭାବକ ସ୍ଵାଗତ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଜାଡ଼ରେ ଥୁରୁଥୁରୁ ଓଡ଼ିଶା; ସ୍ଵାଭାବିକ ଠାରୁ ୫ରୁ ୭ ଡିଗ୍ରୀ ତଳେ ପାରଦ

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵରର ଆକଳନ ଅନୁସାରେ, ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳରେ ଶୀତ ଲହରୀ ଲଗି ରହିବ । ଏହି ୪ ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୪ ଘଣ୍ଟାରେ ରାତି ତାପମାତ୍ରାରେ ସେଭଳି ବଡ଼ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
School Time: ଭୀଷଣ ଶୀତରେ ଥରୁଛି ଓଡ଼ିଶା; ପିଲାଙ୍କ ସ୍କୁଲ୍ ସମୟ ପରିବର୍ତ୍ତନ କଲା ପ୍ରଶାସନ | Argus News