Videos
|
Odisha

ବାତ୍ୟା ରୂପ ନେଲା ଗଭୀର ଅବପାତ

Ritu Das
Browse all articles by Ritu Das
·2 years ago·1 min read
ବାତ୍ୟା ରୂପ ନେଲା ଗଭୀର ଅବପାତ

ଅର୍ଗସ ବ୍ୟୁରୋ: ବାତ୍ୟା ରୂପ ନେଲା ଗଭୀର ଅବପାତ । ଏହାର ନାମକରଣ ‘ରେମାଲ’ ରଖାଯାଇଛି। ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି ବାତ୍ୟା। ଉତ୍ତର-ପଶ୍ଚିମ ଓ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏହା ଅଧିକ ଘନୀଭୂତ ହୋଇ ଆଜି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ରେମାଲ।

ବାତ୍ୟା ଉତ୍ତର ଦିଗରେ ଗତି କରି ଆଜି ମଧ୍ୟରାତିରେ ଭୀଷଣ ବାତ୍ୟା ରୂପରେ ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳର ସାଗର ଦ୍ୱୀପ ଓ ଖେପୁପରା ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ରହିବ ବୋଲି IMD ପକ୍ଷରୁ ଆକଳନ କରାଯାଇଛି। ଓଡ଼ିଶା ଉପରେ ପଡ଼ିବନି ବାତ୍ୟାର ସିଧାସଳଖ ପ୍ରଭାବ। ପ୍ରଭାବରେ 4ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ଆଶଙ୍କା ରହିଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Severe Cyclonic | Argus News