|
logo
Live

Argus News - ଆଜିଠୁ ପ୍ରବଳ ଗୁଳୁଗୁଳି, ୪୦ ଡିଗ୍ରୀ ଡେଇଁବ ତାପମାତ୍ରା

Odisha

Heat Wave / ଆଜିଠୁ ପ୍ରବଳ ଗୁଳୁଗୁଳି, ୪୦ ଡିଗ୍ରୀ ଡେଇଁବ ତାପମାତ୍ରା

Bikash Mohanty
Browse all articles by Bikash Mohanty
·4 hours ago·2 min read
ଆଜିଠୁ ପ୍ରବଳ ଗୁଳୁଗୁଳି, ୪୦ ଡିଗ୍ରୀ ଡେଇଁବ ତାପମାତ୍ରା
Heat wave

Key Points

ଆଜି ଠୁ ପ୍ରବଳ ଗୁଳୁଗୁଳି, ୪୦ ଡିଗ୍ରୀ ଡେଇଁବ ତାପମାତ୍ରା
ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ
ସତର୍କ କରାଇ ଦେଇଛି ପାଣିପାଗ ବିଭାଗ


ଭୁବନେଶ୍ବର ୧୧/୦୪: ଉପରମୁହାଁ ହେବ ପାରଦ। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ। ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଉପକୂଳ ଜିଲ୍ଲା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗରମ, ଗୁଳୁଗୁଳି ହେବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମ ପ୍ରବାହ ନେଇ ଜାରି ହୋଇଛି ୟେଲୋ ଆଲର୍ଟ।ଆସନ୍ତା ୨୪ ଘଣ୍ଟା ପାଇଁ ଗରମ ଗୁଳୁଗୁଳି ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାକୁ ଜାରି ହୋଇଛି ଗ୍ରୀଷ୍ମ ପ୍ରବାହ।ଏଥିସହ ଦିନ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିବାର ଆକଳନ କରିଚି ପାଣିପାଗ କେନ୍ଦ୍ର।

ରାଜଧାନୀ ଭୁବନେଶ୍ଵର ବି ହେଲାଣି ପ୍ରବଳ ଗୁଳୁଗୁଳି ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ। ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପାଖ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଏବଂ ୧୩ ଓ ୧୪ ତାରିଖରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ) ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରା‌ଯାଇଛି। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ଯିବାବେଳେ ଲୋକେ ସତର୍କ ରହିବାକୁ
ସ୍ବତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି।

ପଢନ୍ତୁ ଏହି ଖବର:  ଆଜି ହେବ କାଳବୈଶାଖୀ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହୋଇପାରେ ଝଡ଼ ବର୍ଷା

ଆସନ୍ତା ୧୩ ତାରିଖବେଳକୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ। ଉପକୂଳ ଓଡ଼ିଶାରେ ପାରଦ ୩୫-୩୭ ଡିଗ୍ରୀ ରହିପାରେ । ଭୁବନେଶ୍ୱର ଓ କଟକରେ ପାରଦ ୧୪ ତାରିଖ ବେଳକୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଉପକୂଳରେ ଆର୍ଦ୍ରତା ପରିମାଣ ପ୍ରାୟ ୭୫% ରହିବ। ତେଣୁ ଅସହ୍ୟ ଗୁଳୁଗୁଳି ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତତଲା ପବନ ପ୍ରବାହିତ ହେବ । ଦିନ ଓ ରାତି ତାପମାତ୍ରାରେ ଫରକ ବହୁ ଅଧିକ ରହିବ । ଆଗାମୀ ୨୪ ଘଣ୍ଟା ପରେ କାଳବୈଶାଖୀ ସମ୍ଭାବନା କମିଯିବ ।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଶନିବାର କାଳବୈଶାଖୀ ସମ୍ଭାବନା ପ୍ରାୟତଃ ନାହିଁ । ରବିବାର ଓ ସୋମବାର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଶନିବାରଠାରୁ ବାଲେଶ୍ଵର, ଭଦ୍ରକ, ଯଳପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରିପାରେ। ଯାହାଳି ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୧୩ ତାରିଖରୁ ସମ୍ବଲପୁର, ବଲାଙ୍ଗୀର, ବରଗଡ଼ରେ ଗ୍ରୀଷ୍ମ ପ୍ରବାହ ( ହିଟ୍ ୱେଲ) ନେଇ ସତର୍କ କରାଯାଇଛି। ଶୁକ୍ରବାର ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୩୭ଡିଗ୍ରୀ ଅତିକ୍ରମ କରିଥିଲା। ବୌଦ୍ଧ ୩୯, ଟିଟିଲାଗଡ଼ ୩୮.୫, ହୀରାକୁଦ ୩୮, ନୂଆପଡ଼ା ୩୮ ଡିଗ୍ରୀ ରହିଥିଲା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heat Wave: ଆଜିଠୁ ପ୍ରବଳ ଗୁଳୁଗୁଳି, ୪୦ ଡିଗ୍ରୀ ଡେଇଁବ ତାପମାତ୍ରା | Argus News