Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Severed Leg Rescue / ସହରରେ ଚାଞ୍ଚଲ୍ୟ...ସ୍ବେରେଜ ଟାଙ୍କିରୁ ମିଳିଲା ଜଣେ ମଣିଷର କଟା ଗୋଡ଼

Ritu Das
Browse all articles by Ritu Das
·3 months ago·2 min read
ସହରରେ ଚାଞ୍ଚଲ୍ୟ...ସ୍ବେରେଜ ଟାଙ୍କିରୁ ମିଳିଲା ଜଣେ ମଣିଷର କଟା ଗୋଡ଼
India

Key Points

ସ୍ବେରେଜ ଟାଙ୍କିରୁ ମଣିଷର ଖଣ୍ଡିଆ ଗୋଡ଼ ଜବତ
ରଶିରେ ବନ୍ଧା ଅବସ୍ଥାରେ ଗୋଟିଏ କଟା ଗୋଡ଼ ଉଦ୍ଧାର
ଅଗ୍ନିଶମ ବିଭାଗ ପହଞ୍ଚି କଟା ଗୋଡ଼କୁ ଜବତ କରି ତଦନ୍ତ ଜାରି ରଖିଛି
ଆଜି ସକାଳୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ରାଉରକେଲା ସହରର ସେକ୍ଟର–16 ଅଞ୍ଚଳର ତୁମକେଲା ନିକଟସ୍ଥ ଏକ ସ୍ବେରେଜ ଟାଙ୍କି ଭିତରୁ ମଣିଷର ଏକ ଖଣ୍ଡିଆ ଗୋଡ଼ ମିଳିଥିବା ସୂଚନା ମିଳିଛି। ଗୋଡ଼ଟି ଏକ ରଶିରେ ବନ୍ଧା ଅବସ୍ଥାରେ ଥିବା ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାଉ କରିଥିଲେ। ପରେ ଅଗ୍ନିଶମ ବିଭାଗର ସହଯୋଗରେ ସ୍ବେରେଜ ଟାଙ୍କି ଭିତରୁ ଖଣ୍ଡିଆ ଗୋଡ଼ଟିକୁ ସାବଧାନତାର ସହିତ ଉଦ୍ଧାର କରାଯାଇଥିଲା। ପୋଲିସ ଏହାକୁ ଜବତ କରି ଫୋରେନସିକ ପରୀକ୍ଷା ପାଇଁ ପଠାଇଛି। ତେବେ ପ୍ରାଥମିକ ତଦନ୍ତରୁ ଏହା ମଣିଷର ଅଙ୍ଗ ହୋଇଥିବା ନିଶ୍ଚିତ ହୋଇଥିବା ବେଳେ, ଏହା ପୁରୁଷ ନା ମହିଳାଙ୍କର ତାହା ସ୍ପଷ୍ଟ ହୋଇନି। କିଏ କାହାକୁ ହତ୍ୟା କରି ଏଭଳି କାଣ୍ଡ ଭିଆଇଛି ତାହା ମଧ୍ୟ ଜଣାପଡ଼ିନି।

ଏହି ଘଟଣାକୁ ନେଇ ଅଞ୍ଚଳରେ ଲୋକଙ୍କ ଭିଡ଼ ଲାଗିଥିବାବେଳେ ବିଭିନ୍ନ ଅନୁମାନ ଚାଲିଛି। କିଏ ଏହି ଅପରାଧ କରିଛି, କାହାକୁ ହତ୍ୟା କରାଯାଇଛି କିମ୍ବା ଏହା ପଛରେ କୌଣସି ଅନ୍ୟ ରହସ୍ୟ ରହିଛି ଅଛି ସେସବୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳକୁ ସିଲ୍‌ କରାଯାଇ ସିସିଟିଭି ଫୁଟେଜ୍‌ ଓ ପାଖପାଖି ଅଞ୍ଚଳର ସନ୍ଦିଗ୍ଧ ଗତିବିଧି ଉପରେ ପୋଲିସ ନଜର ରଖିଛି।

ଏହି ଭୟାବହ ଘଟଣା ରାଉରକେଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ ଏହି ଘଟଣାର ଶୀଘ୍ର ପର୍ଦ୍ଦାଫାସ କରିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି। ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ପୋଲିସ କହିଛି।

ଏହାସହ ପଢ଼ନ୍ତୁ: ପୋଷା ବିଲେଇର ମୃତ୍ୟୁକୁ ସହି ନ ପାରି ଜଣେ ୨୦ବର୍ଷୀୟା ଛାତ୍ରୀଙ୍କ ଆତ୍ମହତ୍ୟା

ଘଟଣାଟି ହାଇଦ୍ରାବାଦର ମୀରପେଟ୍ ପୋଲିସ ଷ୍ଟେସନ୍ ସୀମା ମଧ୍ୟରେ ଘଟିଛି। କେହି କେହି ପଶୁପକ୍ଷୀଙ୍କୁ ହତାଦର କରୁଛନ୍ତି ତ ଆଉ କିଛିଜଣ ପୋଷା କୁକୁର ବିଲେଇଙ୍କୁ ଏମିତି ଭଲ ପାଉଛନ୍ତି ଯେ, ତାଙ୍କ ବିନା ଦଣ୍ଡେ ବି ରହିପାରୁ ନାହାନ୍ତି। କିନ୍ତୁ ମୃତ୍ୟୁ ହିଁ ସତ। ସେ ମଣିଷ ହେଉ କିମ୍ବା ପୋଷା ପ୍ରାଣୀ। ଦିନେ ନା ଦିନେ ସମସ୍ତେ ମରିବେ। ପୋଷା ବିଲେଇର ମୃତ୍ୟୁରେ ଏମିତି ଭାଙ୍ଗିପଡ଼ିଛନ୍ତି ଜଣେ ଛାତ୍ରୀ ଯେ, ନିଜ ଜୀବନ କଥା ନ ଭାବି ଆତ୍ମହତ୍ୟା କରିଦେଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sensation in City After Severed Human Leg Found in Sewer Tank | Argus News