Shaktishree App / ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍, ଶିକ୍ଷାର୍ଥୀଙ୍କ ମୋବାଇଲ୍ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
·13 hours ago·2 min read

Key Points
ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍
ଆପ୍ ୨୪ ଘଣ୍ଟିଆ ସେବା ପ୍ରଦାନ କରିବ
ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ସମସ୍ତ ବିଶ୍ଵବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ବର, ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍ । ଏହାକୁ ଶିକ୍ଷାର୍ଥୀଙ୍କ ମୋବାଇଲ୍ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ । ଏହି ଆପ୍ଲିକେସନ୍ ଡାଉନ୍ଲୋଡ୍ କରିବା ପରେ ପଞ୍ଜୀକରଣ କରିବାକୁ ତଥ୍ୟ ମାଗିବ। ଏଥିରେ ଛାତ୍ରଛାତ୍ରୀଙ୍କ ନାମ, ସାମ୍ସ ଆଇଡି, କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ପଞ୍ଜୀକରଣ ନମ୍ବର, ଲିଙ୍ଗ, ସାମ୍ସରେ ପଞ୍ଜିକୃତ ମୋବାଇଲ ନମ୍ବର ଦେବା ସହ ଦୁଇଟି ଜରୁରୀକାଳୀନ ମୋବାଇଲ ନମ୍ବର ପ୍ରଦାନ କରିବେ। ଏହି ଆପ୍କୁ ଶିକ୍ଷାର୍ଥୀମାନେ ମୋବାଇଲ୍ରେ ଡାଉନ୍ଲୋଡ୍ କରି କିପରି ବ୍ୟବହାର କରିବେ ସେନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ।
ଏନେଇ ବିଭାଗ ପକ୍ଷରୁ ସମସ୍ତ ବିଶ୍ଵବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଏଥିରେ ସେପ୍ଟି ଚେକ୍ ଇନ୍, ଶିକ୍ଷାନୁଷ୍ଠାନ ସମ୍ପର୍କିତ ଗୁରୁତ୍ବପୂର୍ଣ ତଥ୍ୟ, ଘୋଷଣା ତଥା ସୂଚନା, କାଉନ୍ସେଲିଂ ସପୋର୍ଟ ସମେତ ଅନ୍ୟ ଛାତ୍ରୀଙ୍କ ହିତାକାଂକ୍ଷୀ ସେବା ଉପଲବ୍ଧ ରହିଛି। ଅସୁବିଧା ସମୟରେ ଅନ୍ୟ ବ୍ୟକ୍ତିକୁ କିପରି ମୁକାବିଲା କରି ହେବ ତାକୁ ନେଇ ତାଲିମ ମଧ୍ୟ ଦିଆଯିବ। ଏଥିସହ ଛାତ୍ରୀ କିମ୍ବା ଛାତ୍ରମାନେ ଅସୁରକ୍ଷିତ ମଣୁଥିଲେ କିମ୍ବା କୌଣସି ସ୍ଥାନରେ ବିପଦରେ ପଡ଼ିଲେ ସଙ୍ଗେ ସଙ୍ଗେ ଲାଇଭ୍ ଲେକେସନ୍ ପଠାଇ ପାରିବାର ସୁବିଧା ମଧ୍ୟ ରହିଛି।
ପଢନ୍ତୁ ଏହି ଖବର: ଆଜି ଆସିବ +୨ ପରୀକ୍ଷା ଫଳ... ଏହି ୱେବ୍ସାଇଟ୍ ଜାଣନ୍ତୁ ରେଜଲ୍ଟ
ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆପ୍କୁ ଗତ ୨ ତାରିଖରେ ଲୋକାର୍ପିତ କରିଥିଲେ। ମହିଳା ସଶକ୍ତିକରଣ ପାଇଁ ସରକାରଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଶୈକ୍ଷିକ ବାତାବରଣ ସହ କଲେଜ ଓ ବିଶ୍ଵବିଦ୍ୟାଳୟଗୁଡିକରେ ବିଭାଗର ମହିଳାମାନେ ଏହି ଆପ୍ ମାଧ୍ୟମରେ କୌଣସି ଅଘଟଣର ରିପୋର୍ଟ କରିପାରିବେ। ୨୪×୭ ଏହି ଆଲର୍ଟ ସିଷ୍ଟମ ରହିବ। ଏହି ଆପ୍ଲିକେସନ ମହିଳାମାନଙ୍କ ମନରେ ସାହସିକତା ଭରିବ। ଏହି ଆପ୍ ୨୪ ଘଣ୍ଟିଆ ସେବା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେହିଭଳି ଗତ ବର୍ଷ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଏହା କାର୍ଯ୍ୟକାରୀ କରାଯିବ । ଘୋଷଣା ଅନୁସାରେ ଶିକ୍ଷାନୁଷ୍ଠାନରେ ସ୍ଥାୟୀ "ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର" ସ୍ଥାପନ କରାଯିବ ଏହା ଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ ଜଣେ ଛାତ୍ରୀ "ଶକ୍ତିଶ୍ରୀ ସାଥୀ" ଓ ଜଣେ ଅଧ୍ୟାପିକା "ଶକ୍ତିଶ୍ରୀ ସଂଯୋଜିକା" ଭାବରେ ପରିଚାଳନା କରିବେ । ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା "ଶକ୍ତି ଅପା" ଭାବେ କାମ କରିବେ “ଶକ୍ତି ଅପା” ପ୍ରତି ୩ ମାସରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ଛାତ୍ରୀଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ । ଛାତ୍ରୀଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଓ ଆଇନଗତ ଅଧିକାର ନେଇ ଶିକ୍ଷା ଦିଆଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories