Videos
|
Odisha

ବିବାହ ବନ୍ଧନରେ ବାନ୍ଧି ହୋଇ ଦୁନିଆକୁ ଦେଲେ ନିଆରା ଉଦାହରଣ

Ritu Das
Browse all articles by Ritu Das
·2 years ago·2 min read
ବିବାହ ବନ୍ଧନରେ ବାନ୍ଧି ହୋଇ ଦୁନିଆକୁ ଦେଲେ ନିଆରା ଉଦାହରଣ

ଅର୍ଗସ ବ୍ୟୁରୋ: ମୁଁ ତ ଛାଇ ହୋଇ ରହିବି, ମରିବା ଯାଏ ତୋ ଦୁଃଖ ରେ ଦୁଃଖୀ, ଆଉ ତୋ ଖୁସିରେ ଖୁସି ହେବି l ଏହି ବେଦିର ହୋମ ନିଆଁ ଆଗରେ ପ୍ରତିଜ୍ଞା କରୁଛି। ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଆମେ ଏକାଠି ରହିବା। ତୁ କଥା କହି ନପାରିଲେ କଣ ହେଲା ତୋ ହୃଦୟ କଥା ପରା ମୁଁ ବୁଝୁଛି ଆଉ ମୋ ହୃଦୟ କଥା ପରା ତୁ ବୁଝୁଛୁ।  ପ୍ରେମ ଶାଶ୍ୱତ, ପ୍ରେମ ନିଛକ, ପ୍ରେମ ଏମିତି ଏକ ସମ୍ପର୍କ ଯାହା ଆଜି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି l

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କସବାଜୟପୁର ପଞ୍ଚାୟତ ଜୀର୍ତାଳ ଗ୍ରାମର ବୁଦ୍ଧିରାମ ମଲିକଙ୍କ ପୁଅ ମହେଶ୍ୱରଙ୍କର କୋଚିଆ କୋଇଲି ଗ୍ରାମର ଦିବ୍ୟାଙ୍ଗ ମୁକ ବଧିର ଝିଅ ରୁକ୍ମିଣୀ ମଲିକଙ୍କ ସହ ତିନି ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ରୁକ୍ମଣୀ ଜନ୍ମରୁ ମୁକ ବଧିର ଜାଣିବି ସମ୍ପର୍କ ସେତୁ ଏତେ ନିବିଡ଼ ହୋଇଯାଇଥିଲା ଯେ ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପରିବାରରେ ମଧ୍ୟ ପୁଅର ପ୍ରେମକୁ ସ୍ୱୀକୃତି ଦେଇ ବିବାହ କରି ବହୁତ ଖୁସି ଅଛନ୍ତି।

ଘର ଆଗରେ ଟେଣ୍ଟ ବନ୍ଧା ଯାଇଛି, ମାଇକ ବାଜୁଛି, ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀଙ୍କ ଭିଡ ଲାଗିଛି l ବର କନିଆଙ୍କ ବିବାହ ହୋଇଛି।  ହାତରେ ହାତ ଧରି ବର କନିଆ ଦୁହେଁ ଷ୍ଟେଜ ଉପରକୁ ଯାଉଛନ୍ତି। ଉଭୟ ପରିବାର ଲୋକଙ୍କ ସହମତିରେ ରୀତିନୀତି ଅନୁସାରେ ବିବାହ ପରେ ପରମ୍ପରା ଅନୁସାରେ ରୀତି ନୀତି ଅନୁସାରେ ଚତୁର୍ଥୀ କାର୍ଯ୍ୟ ଚାଲିଛି। ସାରାଜୀବନ ଖୁସି ରଖିବା ପାଇଁ ମହେଶ୍ବର ପ୍ରତିଶ୍ରୁତି ଦେଇଛନ୍ତି ରୁକ୍ମଣୀଙ୍କୁ। ସାଥିରେ ଜିଇଁବାର ଏହି ପ୍ରତିଶ୍ରୁତି ରୁକ୍ମିଣୀଙ୍କ ମୁହଁରେ ହସ ଫୁଟାଇ ପାରିଛି।
ପ୍ରେମର ଆକାଶରେ ଦୁଇ ପକ୍ଷୀ ଉବୁଟୁବୁ। ଠାରରେ ଠାରରେ ବିବାହ ବନ୍ଧନରେ ବାନ୍ଧି ହୋଇ ଦୁନିଆ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସତରେ ଏହି ବିବାହ ପ୍ରମାଣିତ କରିଛି ଏବେବି ଦୁନିଆରେ ଶାଶ୍ବତ ଭଲ ପାଇବା ବଞ୍ଚିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
She gave a unique | Argus News