୩ କିମି ନାଳ ଅତିକ୍ରମ କରି କାନ୍ଧରେ ବୁହାହେଲେ ଗର୍ଭବତୀ
·2 years ago

ଅର୍ଗସ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର,୩ କିମି ଖାଲ ଖମା,ନଈ ନାଳ ଅତିକ୍ରମ କରି କାନ୍ଧରେ ବୁହା ହୋଇ ମେଡ଼ିକାଲ ଗଲେ ଗର୍ଭବତୀ। ରାୟଗଡା ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ପିପଲ ପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି ଗ୍ରାମର ଦୃଶ୍ୟ, ଗର୍ଭବତୀ ମହିଳା ଅଭି ମାଣ୍ଡିଗାଁଙ୍କ ସ୍ତ୍ରୀ କନ୍ଧଇ ମାଣ୍ଡିଗାଂ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ କୁ ଫୋନ କରିଥିଲେ।
ରାୟଗଡ ଜିଲ୍ଲା କୁମ୍ଭିକଟା ୧୦୮ ଆମ୍ବୁଲାନ୍ସ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ବିନୋଦ ହାଳବା ଓ ଗୁପ୍ତେଶ୍ୱର ବାଗର୍ତିଙ୍କ କାନ୍ଧରେ କାନ୍ଧେଇ ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ପାର କରି ଆମ୍ବୁଲାନ୍ସ ନିକଟକୁ ଆଣି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଜଣାପଡ଼ିଛି । ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: