Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Elephant Alert / ଦନ୍ତା ହାତୀ ପାଇଁ ଶିଖରଚଣ୍ଡୀରେ ତାଲା, ହୋଇପାରୁନି ବଣଭୋଜି

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଦନ୍ତା ହାତୀ ପାଇଁ ଶିଖରଚଣ୍ଡୀରେ ତାଲା, ହୋଇପାରୁନି ବଣଭୋଜି
New Year Picnic Hit as Elephants Enter Shikharachandi

Key Points

ଗଜରାଜଙ୍କ ପାଇଁ ଫିକା ପଡ଼ିବ ନୂଆବର୍ଷ । ପର୍ଯ୍ୟଟନ ଋତୁରେ ପିକନିକ୍‌ ପାଇଁ ପ୍ରସିଦ୍ଧ ଶିଖରଚଣ୍ଡୀରେ ଦୁଇ ଦନ୍ତା ହାତୀ ଦେଖାଯିବା ପରେ ପର୍ଯ୍ୟଟକଙ୍କ ମନରେ ଛନକା ପଶିଛି ।
ଭୁବନେଶ୍ଵର: ରାଜଧାନୀ ମୁହାଁ ଗଜରାଜ । ଜଙ୍ଗଲ ଛାଡ଼ି ସହର ମୁହାଁ ଜଙ୍ଗଲୀ ହାତୀ । ଗଜରାଜଙ୍କ ପାଇଁ ଫିକା ପଡ଼ିବ ନୂଆବର୍ଷ । ପର୍ଯ୍ୟଟନ ଋତୁରେ ପିକନିକ୍‌ ପାଇଁ ପ୍ରସିଦ୍ଧ ଶିଖରଚଣ୍ଡୀରେ ଦୁଇ ଦନ୍ତା ହାତୀ ଦେଖାଯିବା ପରେ ପର୍ଯ୍ୟଟକଙ୍କ ମନରେ ଛନକା ପଶିଛି । ଏବେ ସର୍ବସାଧାରଣଙ୍କ ପାଇଁ ଶିଖର ଚଣ୍ଡୀରେ ପଡ଼ିଛି ତାଲା । ହାତୀ ଭୟ ପାଇଁ ଶିଖରଚଣ୍ଡୀକୁ ବନ୍ଦ କରାଯିବକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।

ହାତୀ ପାଇଁ ବନ୍ଦ ହୋଇଛି ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଶିଖରଚଣ୍ଡୀ ପାହାଡ଼ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗେଟ୍‌ରେ ତାଲା ପକାଇ ଦିଆଯାଇଛି । ଦୁଇ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡ଼ରେ ବୁଲୁଥିବାରୁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ଆଜିଠାରୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି । ଶିଖରଚଣ୍ଡୀ ପାହାଡ଼ ପାଦ ଦେଶରେ ଥିବା ମୁଖ୍ୟ ଗେଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ବଢ଼ିବ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଉତ୍ପାଦନ କ୍ଷମତା, ହେବ ୩୫ରୁ ୪୦ ହଜାର କୋଟିର ପୁଞ୍ଜିନିବେଶ

ଶୁକ୍ରବାର ରାତିରେ ଶିଖରଚଣ୍ଡୀ ପାହାଡ଼ ଉପରେ ଦୁଇ ଦନ୍ତା ହାତୀକୁ ଲୋକେ ଦେଖି ବନ ବିଭାଗକୁ ଜଣାଇଥିଲେ । ଏହା ପରେ ଗଜରାଜଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ଆରମ୍ଭ କରିଥିଲା ପ୍ରୟାସ । ହେଲେ ଦୁଇ ଦନ୍ତା ହାତୀ ପାହାଡ଼ ଉପରୁ ଯିବାକୁ ନାରାଜ । ସେଥିପାଇଁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ପାହାଡ଼ ଉପରକୁ ଯିବାକୁ ପ୍ରତିବନ୍ଧକ ଲଗାଇଛି ବନ ବିଭାଗ ।

ଫଳରେ ଏଥରକ ଶିଖରଚଣ୍ଡୀରେ ନୂଆବର୍ଷ ଫିକା ପଡ଼ିବାକୁ ଯାଉଛି । ହାତୀ ଚନ୍ଦକା ଜଙ୍ଗଲକୁ ନ ଫେରିବା ପର୍ଯ୍ୟନ୍ତ ଖୋଲିବନି ଶିଖରଚଣ୍ଡୀ ଗେଟ୍ । ପ୍ରଶାସନର ନିଷ୍ପତ୍ତି ପରେ ମନ ଦୁଃଖରେ ଫେରୁଛନ୍ତି ପର୍ଯ୍ୟଟକ । ସବୁ ଦିନ ଶିଖରଚଣ୍ଡୀ ପାହାଡ଼ରେ ଭୋଜି ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ ।

ଏଥିସହ ପଢ଼ନ୍ତୁ: କୋଟିପତି ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ; ୬୨୫ ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି

ବଣଭୋଜି ହେଉ କି ଜନ୍ମଦିନ ପାଳନ ସମସ୍ତଙ୍କ ପସନ୍ଦ ଥାଏ ଶିଖରଚଣ୍ଡୀ । ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହ ମଜାମସ୍ତି କରିଥାନ୍ତି ପର୍ଯ୍ୟଟକ । ଆଉ ନୂଆବର୍ଷ ପୂର୍ବରୁ ବି ଶିଖରଚଣ୍ଡୀରେ ପର୍ଯ୍ୟଟକଙ୍କ ଗହଳି ଅଧିକ ଲାଗିଥାଏ । କିନ୍ତୁ ଏଥର ହାତୀ ଡରରେ ଶିଖରଚଣ୍ଡୀରେ ନୂଆବର୍ଷ ପାଳନ କରିପାରିବେନି ପର୍ଯ୍ୟଟକ ।

ପାହାଡ଼ରେ ବୁଲୁଥିବା ଦୁଇ ଦନ୍ତା ହାତୀଙ୍କ ଉପରେ କଡ଼ା ନଜର ରଖିବା ପାଇଁ ୨୪ ଘଣ୍ଟିଆ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି । ଦନ୍ତା ଯେଭଳି ସହର ଭିତରକୁ ପ୍ରବେଶ ନ କରିବେ ସେଥିପ୍ରତି ଗୁରୁତ୍ଵ ଦେଇଛି ବନ ବିଭାଗ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Shikharachandi Hill Closed After Elephant Sighting | Argus News | Argus News