Vigilance Raid / କୋଟିପତି ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ; ୬୨୫ ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି
·8 months ago·2 min read

Key Points
- ବନ୍ଧାହେଲେ କୋଟିପତି ଫରେଷ୍ଟର
- ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ
- ଭିଜିଲାନ୍ସ ରେଡ୍ରୁ ମିଳିଲା କେଜିଏ ସୁନା, ୬୬ ଲକ୍ଷ ଜମା
- ନଗଦ ୯ ଲକ୍ଷ ଜବତ, କୋରାପୁଟ ଓ ଭୁବନେଶ୍ୱରରେ କୋଠା
- ୧୯୮୮ରେ ୬୨୫ ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି
ଭୁବନେଶ୍ଵର: କେଜିଏ ସୁନା, ୬୬ ଲକ୍ଷ ବ୍ୟାଙ୍କ ଜମା, ଘରେ ନଗଦ ୯ ଲକ୍ଷ ସହ ଭଳିକି ଭଳି ଦାମୀ ଆସବାବପତ୍ର । ଫରେଷ୍ଟରଙ୍କ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ପରେ ଭିଜିଲାନ୍ସକୁ ମିଳିଛି ଏସବୁ । ବନ୍ଧା ହୋଇଛନ୍ତି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ।
ଭିଜିଲାନ୍ସ ପକ୍ଷରୁ ୫ଟି ସ୍ଥାନରେ ହୋଇଥିଲା ଏକକାଳୀନ ରେଡ୍ । କୋରାପୁଟରୁ ନେଇ ଭୁବନେଶ୍ଵର ପର୍ଯ୍ୟନ୍ତ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଭିଜିଲାନ୍ସ ନିରଞ୍ଜନଙ୍କ ୨ଟି କୋଠା ଠାବ କରିଛି । ଗୋଟିଏ କୋଠା କୋରାପୁଟରେ ଥିବାବେଳେ ଭୁବନେଶ୍ଵରରେ ରହିଛି ୨ ମହଲା ବିଲ୍ଡିଂ ।
ଏଥିସହ ପଢ଼ନ୍ତୁ: ଦୋକାନରେ ଶୋଇଥିଲେ ପରିବା ବ୍ୟବସାୟୀ, ବାହାରୁ ତାଲା ପକାଇ ଲଗାଇଦେଲେ ନିଆଁ
ନିରଞ୍ଜନଙ୍କ ପାଖରେ ଉଚ୍ଚ ମୂଲ୍ୟର ୭ଟି ପ୍ଲଟ୍ ସହ ଗୋଟିଏ କେଜିର ସୁନା ଗହଣା, ୨୫୦ ଗ୍ରାମ ସୁନା, ବିଭିନ୍ନ ବ୍ୟାଙ୍କରେ ୬୬ ଲକ୍ଷ ୪୨ ହଜାର ଟଙ୍କା ଜମା, ଘରୁ ନଗଦ ୯ ଲକ୍ଷ ୨୮ ହଜାର ଟଙ୍କା ସହ ଗୋଟିଏ ୪ ଚକିଆ ଓ ୩ଟି ଦୁଇ ଚକିଆ ଗାଡ଼ି ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଢ଼ାଉ ବେଳେ ଭିଜିଲାନ୍ସ ଠାବ କରିଖିବା କେଜିଏ ସୁନା ମଧ୍ୟରେ ଅଛି ୪୦ ହଳ କାନଫୁଲ, ୧୦ଟି ଚେନ୍, ୧୦ରୁ ଅଧିକ ବଡ଼ ହାର । ହୀରା ମୁଦି ମଧ୍ୟ ମିଳିଛି । ଫରେଷ୍ଟର ବାବୁ ନିରଞ୍ଜନ ଶତପଥୀ ବିଟ୍ କଏନରେ ନିବେଶ କରିଥିବା ଜଣାପଡ଼ିଛି ।
ବାବୁଙ୍କ ସଉକ କେବଳ ସୁନାରେ ସୀମିତ ନଥିଲା । ମାଲେସିଆ ଓ ଭିଏତନାମ ଭଳି ରାଷ୍ଟ୍ରକୁ ବୁଲିବାକୁ ଯାଇଥିଲେ ନିରଞ୍ଜନ ଶତପଥୀ । ୧୯୮୮ ମସିହା ଜାନୁଆରୀରେ ମାସିକ ୬୨୫ ଟଙ୍କା ଦରମାରେ ନିରଞ୍ଜନ ଶତପଥୀ ଚାକିରି ଆରମ୍ଭ କରିଥିଲେ ବୋଲି ସୂଚନା ମିଳିଛି ।
ଏଥିସହ ପଢ଼ନ୍ତୁ: କୋଇଲା ଓ ଲୁହା ପଥର ଟ୍ରକ୍ ମୁହାଁମୁହିଁ ଧକ୍କା ପରେ ଲାଗିଗଲା ନିଆଁ; ୨୦ କିଲୋମିଟର ଟ୍ରାଫିକ୍ ଜାମ୍
ଚଢ଼ାଉ ବେଳେ ଭିଜିଲାନ୍ସ ଏତେ ପରିମାଣର ସମ୍ପତ୍ତି ଠାବ କରିଥିବା ବେଳେ ନିରଞ୍ଜନ ସନ୍ତୋଷ ଜନକ ଉତ୍ତର ଦେବାରେ ସକ୍ଷମ ହୋଇ ନାହାନ୍ତି । ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ନିରଞ୍ଜନଙ୍କ ଆୟ ବହିର୍ଭୂତ ସମ୍ପତ୍ତି ନେଇ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ଭିଜିଲାନ୍ସ ।

Related Topics
Explore more stories