Videos
|
Odisha

ନିଆଁ ରୋକିବାକୁ ଶିମିଳିପାଳ କର୍ତ୍ତୃପକ୍ଷ ଲଗାଇବେ 360 ସରଭିଲେନ୍ସ କ୍ୟାମେରା

Smruti Parija
Browse all articles by Smruti Parija
·2 years ago·1 min read
ନିଆଁ ରୋକିବାକୁ ଶିମିଳିପାଳ କର୍ତ୍ତୃପକ୍ଷ ଲଗାଇବେ 360 ସରଭିଲେନ୍ସ କ୍ୟାମେରା

ମୟୂରଭଞ୍ଜ:  ଏସିଆର ଦ୍ୱିତୀୟ ଜୈବମଣ୍ଡଳ ହେଉଛି ଶିମିଳିପାଳ । ଶିମିଳିପାଳକୁ ଘାରିଛି ନିଆଁ ଡର । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଲେ ନିଆଁ ଲିଭାଇବା ବଡ଼ କଷ୍ଟକର ହେଇଥାଏ । ଥରେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଲେ ଅନେକ ଦିନ ଧରି ନିଆଁ ଜଳୁଥାଏ ।  ଶିମିଳିପାଳରେ ଏମିତି ଅନେକ ସ୍ଥାନ ଅଛି  ଯେଉଁଠି ନିଆଁ ଲାଗିଲେ ସଙ୍ଗେ ସଙ୍ଗେ ବନ ବିଭାଗ କର୍ମଚାରୀ ଜାଣି ପାରନ୍ତି ନାହଁ । କିମ୍ବା  ସେଟେଲାଇଟ ରିପୋର୍ଟ 4 ଘଣ୍ଟା ବିଳମ୍ବ ଆସୁଥିବାରୁ ସେହି ସମୟ ମଧ୍ୟରେ  ନିଆଁ ଅନେକ ସ୍ଥାନରେ ବ୍ୟାପି ଯାଇଥାଏ । 

ଚଳିତବର୍ଷ  ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ନୂତନ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଉଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ରୋକିବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଅଭୟାରଣ୍ୟରେ ଲଗାଇବେ 360 ସରଭିଲେନ୍ସ କ୍ୟାମେରା ।  ଏହି କ୍ୟାମେରା ଲାଗିବା ସ୍ଥାନର ଚତୁଃର୍ପାଶ୍ୱର ୧୫ କିଲୋମିଟର ଭିତରେ ଭିଡିଓ ଏବଂ ଫୋଟ ତୁରନ୍ତ ପଠାଇବ  କଣ୍ଟ୍ରୋଲ ରୁମକୁ । 

ନିଆଁ ଲାଗିଲେ କିମ୍ବା ବନ୍ୟଜନ୍ତୁ ଶିକାରୀ ପ୍ରବେଶ କଲେ ତାହା ସଙ୍ଗେ ସଙ୍ଗେ ଜାଣିହେବ । ଏହି କ୍ୟାମେରା ଲାଗିଲେ ସମସ୍ୟା ସମାଧାନ ହେବ ବୋଲି ଆଶଙ୍କା କରାଯାଉଛି । 360 ସରଭିଲେନ୍ସ କ୍ୟାମେରା ଲାଗିଲେ ତାହା ଓଡ଼ିଶାର ପ୍ରଥମ ଘଟଣା ହେବ । ଏଥି ସହିତ ନିଆଁ ଲିଭାଇବା ପାଇଁ ଏବଂ ବନ୍ୟଜନ୍ତୁ ଶିକାରୀ ରୋକିବା ପାଇଁ ଥର୍ମାଲ ଡ୍ରୋନ କ୍ୟାମେରା ବ୍ୟବହାର କରାଯାଉଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Shimilipal authorities will install 360 surveillance cameras to prevent fire | Argus News