Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ଅର୍ଗସ ବ୍ୟୁରୋ: ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କିଛି ମାସର ବ୍ୟବଧାନ ପରେ ଚଳିତବର୍ଷ ଆଜିଠାରୁ ଖୋଲିଛି ଜାତୀୟ ଉଦ୍ୟାନ । ପ୍ରତ୍ୟେକ ବର୍ଷ ନଭେମ୍ବର ପହିଲାରୁ ଜାତୀୟ ଉଦ୍ୟାନ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଖୋଲୁଥିବାବେଳେ ଚଳିତବର୍ଷ ଅକ୍ଟୋବର ୧୦ ତାରିଖରେ ଖୋଲିଛି । ଶିମିଳିପାଳର ଇକୋ କଟେଜ ଗୁଡିକୁ ସଜ୍ଜିତ ହୋଇଛି । ଏବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ ଟି ଜଙ୍ଗଲ ସଫାରୀ ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତାଦେଇ ଯାଇପାରିବେ ପର୍ଯ୍ୟଟକ ।  ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ପାରିବ । ସକାଳ ୬ଟାରୁ ୧୨ ଟା ଯାଏ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ଅନଲାଇନରେ ବୁକିଂ କରିପାରିବେ । ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ ପର୍ଯ୍ୟଟକ । ଚଳିତବର୍ଷ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । 
 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shimilipal National Park has opened today | Argus News