Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଗାଣ ବର୍ଷା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ

Ritu Das
Browse all articles by Ritu Das
·2 years ago
ଲଗାଣ ବର୍ଷା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଗନ୍ତାଘର ହେଉଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟ ର ଆଭ୍ୟନ୍ତରୀଣ ରେ ରହିଛି ୮୦୦ କିଲୋମିଟର ମାଟି ରାସ୍ତା । ଲଗାଣ ବର୍ଷା ହେଲେ ମାଟି ରାସ୍ତାରେ ଗାଡି ଅଟକିବା ସହିତ ଅନେକ ସମସ୍ୟା ସୃଷ୍ଟି ହେଇଥାଏ । ଗତକାଲି କାଲିଠାରୁ ଶିମିଳିପାଳ ଅଭୟାରଣ୍ୟରେ ଲଗାଣ ବର୍ଷା ଲାଗି ରହିଛି । 

ଲଗାଣ ବର୍ଷାରେ ମାଟି ରାସ୍ତାରେ ପର୍ଯ୍ୟଟକମାନେ କିପରି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ଆଜି ଦିନ ପର୍ଯ୍ୟଟକଙ୍କୁ ଶିମିଳିପାଳ ପ୍ରବେଶ ବନ୍ଦ କରାଯାଇଛି । ଶିମିଳିପାଳ ଭିତରକୁ ପ୍ରବେଶର ମୁଖ୍ୟ ଦୁଇଟି ରାସ୍ତା ରେ ଯାଉଥିବା ପର୍ଯ୍ୟଟକ ପାଇଁ  ବନ୍ଦ ରହିଛି ଶିମିଳିପାଳ । ରାତି ପାଇଁ ଆସୁଥିବା ପର୍ଯ୍ୟଟକ ପାଇଁ ଖୋଲା ରହିବ ଶିମିଳିପାଳ ଅଭୟାରଣ୍ୟ । ଆଜିବି ଶିମିଳିପାଳ ଅଭୟାରଣ୍ୟ କିଛି ସ୍ଥାନରେ ବର୍ଷା ଲାଗି ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shimilipal was | Argus News