Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଓଡିଶା ଆସିବେ ଶିବରାଜ ସିଂ ଚୌହାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ଓଡିଶା ଆସିବେ ଶିବରାଜ ସିଂ ଚୌହାନ

ଅର୍ଗସ ବ୍ୟୁରୋ: ଆଜି ଓଡିଶା ଆସିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର କରିବେ ସମୀକ୍ଷା । ମଧ୍ୟାହ୍ନ ୧୨ ଟାରେ ଭୁବନେଶ୍ୱର ପହଞ୍ଚିବା ପରେ ଜଗତସିଂହପୁର ଗସ୍ତ କରିବେ। ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବା ପରେ ଶିବରାଜ ସିଂ ଚୌହାନ ପ୍ରସିଦ୍ଧ ମା ଶାରଳା ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ। ଏହା ପରେ ସେ ସଂଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ।

କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ। ଶିବରାଜ ସିଂ ଚୌହାନଙ୍କର ଓଡ଼ିଶା ଆସିବା ପରେ ରାଜ୍ୟ ବିଜେପି ଉପରେ ବହୁ ପ୍ରଭାବ ପଡ଼ିବ। କାରଣ ତାଙ୍କର ଅଭିଜ୍ଞତା ମଧ୍ୟପ୍ରଦେଶ ରାଜନୀତିରେ ବିଜେପିକୁ ସଫଳତା ହତେଇବାରେ ଭରପୁର ସାହାଯ୍ୟ କରିଥିଲା। ରାଜ୍ୟରେ ଯେତେବେଳେ ଡବଲ ଇଞ୍ଜିନ ସରକାରର ପ୍ରସ୍ତୁତି କରୁଛି ଦଳ, ସେହି ସମୟରେ ଶିବରାଜ ରାଜ୍ୟ ବିଜେପି ନେତାଙ୍କୁ ଗୁରୁମନ୍ତ୍ର ଦେବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shivraj Singh Chouhan will come to Odisha today | Argus News