Humane Sagar / ଅସୁସ୍ଥ ବେଳେ ବଞ୍ଚିବାକୁ ଚାହୁଁନଥିବା କହୁଥିଲେ ହ୍ୟୁମାନ, ପ୍ରମାଣ ଦେଖାଇଲେ ଶ୍ରୀକାନ୍ତ
·7 months ago·3 min read

Key Points
ଅସୁସ୍ଥତା ଭିତରେ ବି ତାଙ୍କୁ ଷ୍ଟେଜ୍ ପୋଗ୍ରାମ୍ ପାଇଁ କିଏ କରୁଥିଲା ବାଧ୍ୟ
ଇଂଜେକସନ୍ ଦେଇ ହ୍ୟୁମାନଙ୍କୁ ନିଆଯାଉଥିଲା କି ଗୀତ ଗାଇବାକୁ
ପପୁ-ପ୍ରଶାନ୍ତ ଆସିବେ କି ତଦନ୍ତ ପରିସରକୁ
ଗୃହ ବିଭାଗର ଦ୍ୱାରସ୍ଥ ହେଲା ଓଡ଼ିଶା ସିଭିଲ ସୋସାଇଟି
ବରିଷ୍ଠ ଅଭିନେତା ଅସିତ୍ ପତି କହିଲେ ନିଶା ହିଁ କାରଣ
ନିରପେକ୍ଷ ତଦନ୍ତ ସହ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଦାବି

ହ୍ୟୁମାନଙ୍କ ବିଦାୟ ଦିନ ଯେତିକି ଗଡ଼ୁଛି, ବିବାଦ ସେତିକି ସେତିକି ବଢୁଛି। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ସବୁଠି ପ୍ରଶ୍ନ, ସବୁଆଡ଼େ ଆକ୍ରୋଶ। ଟାର୍ଗେଟରେ ମ୍ୟାନେଜର ପପୁ ଆଉ ପ୍ରଶାନ୍ତ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି ହୋଇଛି । ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଗୃହ ବିଭାଗର ଦ୍ୱାରସ୍ଥ ହୋଇଛି ସିଭିଲ ସୋସାଇଟି । ନିରପେକ୍ଷ ତଦନ୍ତ ସହ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଦାବି ହୋଇଛି। ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଅଭିଯୋଗ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କୋଶଳ ମୁକ୍ତି ମୋର୍ଚ୍ଚା ସଂଗଠନ।
ହ୍ୟୁମାନଙ୍କ ମୃତ୍ୟୁ ପରେ ମୁହଁ ଖୋଲିଛନ୍ତି ଗୀତିକାର ତଥା ପ୍ରଯୋଜକ ଶ୍ରୀକାନ୍ତ ଗୌତମ l 2012 ମସିହାରେ ପ୍ରଥମ ଥର ପାଇଁ ମୋ ଫିଲ୍ମରେ ଗୀତ ଗାଇଥିଲେ l ଶେଷ ଥର ପାଇଁ ଅଗଷ୍ଟ ମାସରେ ଫିଲ୍ମରେ ଗୀତ ଗାଇବା ପାଇଁ ଯୋଗାଯୋଗ କରିଥିଲି l ପ୍ରଥମେ ହଁ କହିଥିଲେ, କିନ୍ତୁ ତା ପରେ ମୋବାଇଲରେ ମେସେଜ୍ କରିଥିଲେ, ''ମୁଁ ଗୀତ ଗାଇବି ନାହିଁ l ମୁଁ ଆଉ ବଞ୍ଚିବାକୁ ଚାଁହୁନାହିଁ । ମୁଁ ମରିଯିବାକୁ ଚାହେଁ l'' ଶେଷ 6 ମାସ ମଧ୍ୟରେ ହ୍ୟୁମାନ ସାଗର ଜୀବନର ଡାଉନ ଫଲ ଦେଖିଛନ୍ତି । ନିହାତି ଭାବେ କିଛି ଅସୁବିଧା ବା ରୋଗରେ ପୀଡିତ ହେବା କଥା ବୁଝିଯାଇଥିଲେ ହ୍ୟୁମାନ, ଯେଉଁଥିପାଇଁ ସେ ମତେ ଏଭଳି ମେସେଜ କରିଥିଲେ ବୋଲି ଶ୍ରୀକାନ୍ତ ଗୌତମ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ହ୍ୟୁମାନଙ୍କ ମ୍ୟାନେଜର ଦିନେଶଙ୍କୁ ନେଇ ମାଆ କଲେ ବଡ଼ ଖୁଲାସା, ଦେଖନ୍ତୁ ଭିଡିଓ...
ସେପଟେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଅଭିନେତା ଅସିତ ପତି I ହ୍ୟୁମାନ ମୋ ପୁଅ ଭଳି, ତାଙ୍କ ମୃତ୍ୟୁ ବହୁତ ଦୁଃଖ ଦେଇଛି ମତେ I ଏବେ ନିଶା ସମସ୍ତଙ୍କୁ କବଳିତ କରୁଛି ତେଣୁ ନିଶା ଦ୍ରବ୍ୟ ଉପରେ ରୋକ୍ ଲଗାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଅସିତ I ଚାଲିଗଲେ ହ୍ୟୁମାନ କିନ୍ତୁ ପଛରେ ଛାଡ଼ିଦେଇଗଲେ ଅନେକ ପ୍ରଶ୍ନ। ଲିଭର୍ ସିରୋସିସରେ ଗୁରୁତର ଥିବା ହ୍ୟୁମାନଙ୍କୁ ରାତି ଅନିଦ୍ରା ରହିବାକୁ ବାରଣ ଥିଲା, ତଥାପି ଉଜାଗର ରହି ଷ୍ଟେଜ୍ ଶୋ’ କରୁଥିଲେ। ଏପରିକି ଅତି ଗୁରୁତର ଅବସ୍ଥାରେ ଥାଇ ବି ହ୍ୟୁମାନ ପ୍ରୋଗ୍ରାମକୁ ଯାଉଥିଲେ। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ି ବଢ଼ି ଚାଲିଥିବା ବେଳେ ତାଙ୍କ ଆବର୍ତ୍ତମାନରେ ଝୁରୁଛନ୍ତି ତାଙ୍କ ପ୍ରଶଂସକ ।
ଏଥିସହ ପଢ଼ନ୍ତୁ: ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ବଡ଼ ବୟାନ; 'ମାନୁନଥିଲେ ପରାମର୍ଶ, ଆସୁନଥିଲା ପରିବାର'
ଅନ୍ୟପଟେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ହ୍ୟୁମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର । ଡାକ୍ତର କର କହିଛନ୍ତି, "ମାସେରୁ ଅଧିକ ସମୟ ଧରି ହ୍ୟୁମାନଙ୍କ ଅବସ୍ଥା ଷ୍ଟେବୁଲ୍ ନଥିଲା । ସେ ମଦ ପିଉଥିଲେ । ୨୦୨୪ରୁ ସେ ଅସୁସ୍ଥ ଥିବାବେଳେ ଅବସ୍ଥା ଷ୍ଟେବୁଲ୍ ଥିଲା । ମାସେ ଭିତରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅବନତି ହେବା ସହ ଜ୍ଵର ହେବା ସହ ଧଇଁସଇଁ ହେଉଥିଲେ ।" କେବଳ ସେତିକି ନୁହେଁ, ନିମୋନିଆ, ହାର୍ଟ ଫେଲ୍ୟୁଅର, ଲିଭର ଖରାପ ଆଦି ପାଇଁ ହ୍ୟୁମାନଙ୍କ ମୃତ୍ୟୁ ହୋଇଛି । ଡାକ୍ତର ସଞ୍ଜୀବ କର କହିଛନ୍ତି, "ମାସେ ହେଲା ସେ ଅଧିକ ଅସୁସ୍ଥ ଥିଲେ । ବିଶ୍ରାମ ଆବଶ୍ୟକତା ଥିଲା । କିନ୍ତୁ ସେ ବିଶ୍ରାମ ନେଉ ନଥିଲେ । ଷ୍ଟେଜ୍ ଶୋ' କରିବା ଲାଗି ମଧ୍ୟ ବାରଣ କରିଥିଲି । ସେ ଅତ୍ୟଧିକ ମଦ ପିଉଥିବାରୁ ସଙ୍ଗୀତକୁ ନେଇ ଅଥୟ ଥିଲେ । ପରାମର୍ଶ ଦେବା ସତ୍ତ୍ଵେ ସେ ଶୁଣୁନଥିଲେ ।"
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories