Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବନ୍ଧବାହାଲରେ ଗୁଳିମାଡ଼, ବେଲପାହାଡ଼ରେ ଛୁରାମାଡ଼; ଜଣେ ମୃତ

Smruti Parija
Browse all articles by Smruti Parija
·1 year ago·1 min read
ବନ୍ଧବାହାଲରେ ଗୁଳିମାଡ଼, ବେଲପାହାଡ଼ରେ ଛୁରାମାଡ଼; ଜଣେ ମୃତ

ଝାରସୁଗୁଡା: ଝାରସୁଗୁଡାରେ ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ । ବନ୍ଧବାହାଲରେ ଗୁଳିମାଡ଼ ହୋଇଥିବାବେଳେ ବେଲପାହାଡ଼ରେ ହୋଇଛି ଛୁରାମାଡ଼ । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକ ଠାରେ ୨୪ ବର୍ଷୀୟ ଜଗା ସାହୁଙ୍କୁ ଛୁରାମାଡ କରି ଫେରାର ହୋଇଛନ୍ତି ଦୁର୍ବୁତ୍ତ । ବେଲପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଗା ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପାହାଡ଼ସ୍ଥିତ ସ୍ଥାନୀୟ ଡାକ୍ତରଖାନାକୁ ଭର୍ତ୍ତି କରିଥିବାବେଳେ ଅଧିକ ଚିକିତ୍ସା ପାଇଁ ଜଗାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । 

ତେବେ ବାଟରେ ଆହତଙ୍କର ମୃତ୍ୟୁ ଘଟିଛି । ସେପଟେ ରାତିରେ ଝାରସୁଗୁଡା ରାମ୍ପେଲା ବ୍ରିଜ ନିକଟରେ ଗୁଳି ମାଡ ହୋଇଛି । ଘଟଣାରେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆହତ ଜଣଙ୍କ ବନ୍ଧବାହାଲର ମନୋଜ ବାରିକ ବୋଲି ଜଣାପଡିଛି । ଅଣ୍ଟାରେ ଗୁଳି ବାଜିଥିବା ବେଳେ ପ୍ରଥମେ ଏମସିଏଲ ଡ଼ିସ୍ପେନସାରିରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସମ୍ବଲପୁରର ଘରୋଇ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି । ଗୁଳିମାଡ଼ ଘଟଣାରେ ଦୁଇ ଯୁବକକୁ ପୋଲିସ ଅଟକ ରଖିଥିବାବେଳେ ଦୁଇଟି ବନ୍ଧୁକ ସହ ୧୮ ଟି ଜୀବନ୍ତ ଗୁଳି ଜବତ କରିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Shoot at Bandbahal-of-jharsuguda-and-stab at Belpahada-jharsuguda-one-man-died | Argus News