Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋରୁ ମାଫିଆଙ୍କ ଆତଙ୍କ ରାଜ

Banajyotshna Ray
Browse all articles by Banajyotshna Ray
·1 year ago
ଗୋରୁ ମାଫିଆଙ୍କ ଆତଙ୍କ ରାଜ

ଅର୍ଗସ ବ୍ୟୁରୋ:  ଢେଙ୍କାନାଳ ହିନ୍ଦୋଳରେ ଗୋରୁ ମାଫିଆଙ୍କ ଆତଙ୍କ ରାଜ। ଚୋରା ଗୋରୁ ଚାଲାଣ ରୋକିବାକୁ ଉଦ୍ୟମ କରୁଥିବା ବେଳେ ବଜରଙ୍ଗ ଦଳ ସଦସ୍ୟଙ୍କୁ ଗୁଳିମାଡ଼ । ଆଖିବୁଜା ଗୁଳି ଚାଳନା କରି ଫେରାର ହେଲେ ମାଫିଆ । କିଛି ଗୋରୁ ମାଫିଆ ନରସିଂପୁର ପଟରୁ ଗାଡ଼ିରେ ଗୋରୁ ନେଇ ଆସୁଥିଲେ। ଖବର ପାଇ ବଜରଙ୍ଗ ଦଳର ସଦସ୍ୟମାନେ ଅଟକାଇବାକୁ ଚେଷ୍ଟା କରିଥିଲେ।

ମାତ୍ର ମାଫିଆମାନେ ସେମାନଙ୍କ ଉପରକୁ 10 ରାଉଣ୍ଡ ଗୁଳି ଚଳାଇଥିଲେ । ଏହା ସହ ସେଠାରେ ଥିବା ବଜରଙ୍ଗ କ୍ଲବ ସଦସ୍ୟଙ୍କ 5ଟି ବାଇକ ମାଫିଆମାନେ ନେଇଯାଇଥିବା ଅଭିଯୋଗ ହୋଇଛି । ତୁରନ୍ତା ମାଫିଆଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ବଜରଙ୍ଗ ଦଳର ସଦସ୍ୟ ହିନ୍ଦୋଳ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ସେମାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shoot the Bajrang team members | Argus News