Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଦ୍ରକ ଚରମ୍ପା ଷ୍ଟେସନରେ ଚଳନ୍ତା ଟ୍ରେନକୁ ଗୁଳିମାଡ଼

Rashmita Mishra
Browse all articles by Rashmita Mishra
·1 year ago·1 min read
ଭଦ୍ରକ ଚରମ୍ପା ଷ୍ଟେସନରେ ଚଳନ୍ତା ଟ୍ରେନକୁ ଗୁଳିମାଡ଼

ଅର୍ଗସ ବ୍ୟୁରୋ: ଭଦ୍ରକ ଚରମ୍ପା ଷ୍ଟେସନରେ ଚଳନ୍ତା ଟ୍ରେନକୁ ଗୁଳିମାଡ଼ 119 ନଂ ଗେଟ ନିକଟରେ ନୀଳାଞ୍ଚଳ ଏକ୍ସପ୍ରେସର ଟ୍ରେନ ମ୍ୟାନେଜର ଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ହୋଇଥିବା ଅଭିଯୋଗ କରିଛନ୍ତି ଟ୍ରେନରେ ଥିବା ମ୍ୟାନେଜର। ନୂଆଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା ନୀଳାଞ୍ଚଳ ଏକ୍ସପ୍ରେସ ଟ୍ରେନ କୁ ଭଦ୍ରକ ଷ୍ଟେସନରେ 9:17 ମିନିଟରେ ପହଞ୍ଚି 9:25 ମିନିଟ ସମୟରେ ଛାଡିଥିବା ବେଳେ ଏହି ଚଳନ୍ତା ଟ୍ରେନ ମ୍ୟାନେଜର ଙ୍କ ଉପରକୁ କେଉଁଥି ପାଇଁ ଦୁର୍ବୁତ୍ତ ମାନେ ଗୁଳି ମାଡ଼ କଲେ ତାହା ଜଣା ପଡ଼ିନାହିଁ  ଘଟଣା ସ୍ଥଳରେ GRP ପୋଲିସ ଓ ସ୍ଥାନୀୟ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି. ସ୍ଥାନୀୟ 119 ନଂ ଗେଟ ପାଖରେ ପୋଲିସ ସେହି ଗୁଳି କୁ ଖୋଜା ଖୋଜି କରୁଥିବା ନେଇ ଦୃଶ୍ୟ ଦେଖିବାକୁ ମିଳିଛି. ସେହିପରି ଗେଟ ପାଖରେ ଲାଗିଥିବା ସିସିଟିଭି ଯାଞ୍ଜ କରୁଛି. ତେବେ ଦୁର୍ବୁତ୍ତ ମାନେ କେଉଁ କାରଣ ପାଇଁ ଚଳନ୍ତା ଟ୍ରେନ ଉପରକୁ ଗୁଳି ମାଡ଼ କରିଲେ ତାହା ତଦନ୍ତ ପରେ ଜଣା ପଡିବ । ଭଦ୍ରକ GRP ପୋଲିସ ଅଧିକ ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shoot the moving train at Bhadrak Charampa station | Argus News