ସାମାନ୍ୟ କଥାକୁ ନେଇ ଫୁଟିଲା ଗୁଳି

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗାଁରେ କିଛି କେଳା ସମ୍ପ୍ରଦାୟର ଲୋକ ଯାଯାବର ଭାବେ ରୁହନ୍ତି । ସେମାନଙ୍କ ମଧ୍ୟରୁ ରବି ନାୟକ ( ୧୮ ବର୍ଷ ) ଓ ଶିବ ନାୟକ ଦୁହେଁ ହେଉଛନ୍ତି ଭାଇ। ସାମାନ୍ୟ କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଳିଗୋଳ ହେଲା। ବାସ୍ ଏତିକିରେ ଉଠିଲା ବନ୍ଧୁକ , ଆଉ ରବି ନାୟକ ସିଧା ଟାର୍ଗେଟ କରି ତା'ର ବଡ଼ଭାଇ ଶିବ ନାୟକଙ୍କ ଉପରକୁ ଫାୟାରିଂ କରିଦେଲା ।
ଲକ୍ଷ୍ୟ ଭ୍ରଷ୍ଟ ହେବାରୁ ଅଳ୍ପକେ ବର୍ତ୍ତିଗଲେ ଶିବ ନାୟକ। ଗୁଳିଟି କାନ୍ଥରେ ବାଜି ଛିଟିକି ଗଲା। ସେହି କାନ୍ଥ ନିକଟରେ ଥିବା ଗୋଟିଏ ଛୋଟ ପିଲା ଦେହରେ ଗୁଳି ବାଜିଲା ସତ। ମାତ୍ର ସେଭଳି କିଛି ବଡ଼ ଅଘଟଣ ଘଟିନାହିଁ। ଛୋଟ ପିଲାଟି ସାମାନ୍ୟ ଆହତ ହୋଇଛି। ପ୍ରାଥମିକ ଚିକିତ୍ସା ପରେ ପିଲାଟି ସୁସ୍ଥ ଥିବାର ପୋଲିସ ସୂଚନା ଦେଇଛନ୍ତି । ଘଟଣା ପ୍ରଘଟ ପରେ ଟାଙ୍ଗୀ ପୋଲିସ ପ୍ରାଥମିକ ତଦନ୍ତ କରି ଦୁଇ ଭାଇଙ୍କୁ ଗିରଫ କରିବା ସହିତ ବ୍ୟବହୃତ ଦେଶୀ ବନ୍ଧୁକ ଜବତ କରାଯାଇଛି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର