Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଇକ୍ ରାଲିରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

Banajyotshna Ray
Browse all articles by Banajyotshna Ray
·2 years ago
ବାଇକ୍ ରାଲିରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

ଅର୍ଗସ ବ୍ୟୁରୋ:  ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଇକ୍ ରାଲିରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ । ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଦ୍ୟୁମ୍ନ ତାଙ୍କ ହଜାର ହଜାର ସମର୍ଥକଙ୍କ ସହ କରସିଙ୍ଗ ଛକଠୁ ବିଶାଳ ବାଇକ ଶୋଭାଯାତ୍ରା କରିଥିଲେ । ଏହି ରାଲି ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ଭଞ୍ଜନଗର ଦେଇ କୁଲାଡ଼ଠାରେ ପହଁଚିଥିଲା । ସେଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।

ଏଥିରେ ଭାଜପାର କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ସେପଟେ କିଛି ଘଣ୍ଟା ଅନ୍ତରରେ ସମାନ ସ୍ଥାନରୁ ସମାନ ଦିଗରେ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ବିକ୍ରମକେଶରୀ ଆରୁଖଙ୍କ ମଧ୍ୟ ଏକ ବାଇକ ଶୋଭାଯାତ୍ରା ବାହାରିଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Show of strength of BJd and BJP in bike rally | Argus News