ପୌଷ ପୂର୍ଣ୍ଣିମାରେ ମହାପୁରୁଷ ଶ୍ରୀଅଚ୍ୟୁତଙ୍କ ରୁଦ୍ରଗୋପାଳ ବେଶ

କଟକ ଜିଲ୍ଲା ନେମାଳ ପୁଷ ପୂର୍ଣ୍ଣିମା ଅବସରରେ ନେମାଳ ପଦ୍ମବନ ପୀଠ ଉତ୍ସବମୁଖର ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁସନ୍ଥଙ୍କ ସମେତ ଶ୍ରଦ୍ଧାଳୁମାନେ ଯୋଗ ଦେଇଛନ୍ତି। ପୀଠ ଚତୁଃପାର୍ଶ୍ଵରେ ଯାଗଯଜ୍ଞ, ମହାମନ୍ତ୍ର ନାମଯଜ୍ଞ ଚାଲିଛି। ଏହି ଅବସରରେ ପଞ୍ଚସଖା ପୀଠମାନଙ୍କରୁ ଆଜ୍ଞାମାଳ ଅଣାଯାଇ ମହାପୁରୁଷଙ୍କ ସେବାପୂଜାରେ ଅର୍ପଣ କରାଯାଇଛି। ବେଢ଼ା ଚତୁଃପାର୍ଶ୍ବ ଫୁଲ ଓ ସଜ୍ଜିତ କରାଯାଇଛି। ପ୍ରଥମେ କୁଞ୍ଜବିହାରୀ ମଠର ଅଧୀଶ୍ବର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନଙ୍କ ଦ୍ବାରା ଉକ୍ତ ପଗଡ଼ିକୁ ଏକ ପାଲିଙ୍କିରେ ପ୍ରଥମେ ଦଧିବାମନଜୀଉ ମନ୍ଦିର, ମା' ତାରିଣୀ ପୀଠ, ମଙ୍ଗଳା ମନ୍ଦିର ପରିକ୍ରମା କରାଇ ଶେଷରେ ମହାପୁରୁଷଙ୍କ ପୀଠ ଚତୁଃପାର୍ଶ୍ଵରେ ପରିକ୍ରମା କରାଯାଇ ପଦ୍ମମୁଖ ତଥା ରାଜ ଅଭିଷେକ ବେଶରେ ଲାଗି କରାଯିବ ।
ଅଧିକ ପଢନ୍ତୁ : ଆଜି ପବିତ୍ର ପୌଷ ପୂର୍ଣ୍ଣିମା
ପଗଡ଼ି ଲାଗିପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଆନନ୍ଦ ବଜାର ଖୋଲାଯାଇ ମହାପ୍ରସାଦ ସେବାର ବ୍ୟବସ୍ଥା କରାଯାଇଛି। ସେହିପରି ସନ୍ଧ୍ୟାରେ ମହାପୁରୁଷଙ୍କର ନୀତି ନିର୍ଘଣ୍ଟ ଅନୁଯାୟୀ ମହାଆଳତି କରାଯାଇ ଶରଣ ପଞ୍ଜର, ଅଷ୍ଟଗୁଜ୍ଜରି, ନବଗୁଜ୍ଜରି, ଭଜନ, ଭାଗବତ ପାଠ କରାଯିବାର ବ୍ୟବସ୍ଥା ରହିଛି। ସନ୍ଧ୍ୟା ଆଳତୀ ପରେ ମହାପୁରୁଷଙ୍କୁ ଫୁଲ ଓ ତୁଳସୀ ଟାହିଆ ଲାଗି କରାଯାଇ ରୁଦ୍ର ଗୋପାଳ ବେଶରେ ସଜ୍ଜିତ କରାଯିବ। ଭକ୍ତମାନଙ୍କୁ ଏହି ବେଶରେ ଦର୍ଶନ ଦେବେ ଶ୍ରୀ ଅଚ୍ୟୁତ।