Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ

ଅର୍ଗସ ବ୍ୟୁରୋ:  ଆସିଲା ରତ୍ନ ଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ । ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌/ ଜିପିଏସ୍‌ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । 45 ପୃଷା ସମ୍ବଳିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି ।  ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆଧାରରେ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କରାଯିବ। ତେବେ ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ କିଭଳି ବାଧା ନଉପୁଜିବ ସେନେଇ ଆଗାମୀ ଦିନରେ ଛତିଶାନିଯୋଗ ଓ ପରିଚାଳନା କମିଟି ସହ ଆଲୋଚନା କରାଯିବ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।

ଏଏସ୍ଆଇ ପକ୍ଷରୁ ରତ୍ନଭଣ୍ଡାର ଜିପିଆର ସର୍ଭେ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା । ଭିତର ରତ୍ନଭଣ୍ଡାରର ଚଟାଣ ଓ କାନ୍ଥର ସ୍ଥିତି ରିପୋର୍ଟରେ ଉଲ୍ଲେଖ ରହିଛି ଓ ସେହି ରିପୋର୍ଟ ଆଧାରରେ ଏହାକୁ ମରାମତି କରାଯିବ। ପରେ ଭିତର ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ନିଆଯାଇ ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଗଣତିମଣତି କରାଯିବ।  ରତ୍ନ ଅଳଙ୍କାର ଗଣତିମଣତି ପ୍ରକ୍ରିୟାକୁ ଡିଜିଟାଇଜେସନ କରାଯିବା ସହ ତମାମ୍ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shree Jagannath Temple Administration (SJTA) has received the report of the Ratna Bhandar's GPR-GPS survey conducted by the Archaeological Survey of India (ASI). | Argus News