Videos
|
Odisha

Jagannath Temple / ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡ଼ିତ ଆଉ ୩ ପ୍ରମୁଖ ପରିଚୟକୁ ମିଳିଲା 'ଟ୍ରେଡମାର୍କ'

Sushanta Sahoo
Browse all articles by Sushanta Sahoo
·18 mins ago·2 min read
ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡ଼ିତ ଆଉ ୩ ପ୍ରମୁଖ ପରିଚୟକୁ ମିଳିଲା 'ଟ୍ରେଡମାର୍କ'
Puri Jagannath Temple Gets 3 New Trademarks

Key Points

ଶ୍ରୀମନ୍ଦିର, ରତ୍ନ ଭଣ୍ଡାର ଓ ଶ୍ରୀନଅରକୁ ଆଇପି ଇଣ୍ଡିଆ ଅନୁମୋଦନ ମିଳିଛି । ୧୨ଶହ ଶତାବ୍ଦୀର ପୁରୀ ଜଗନ୍ନାଥ ମନ୍ଦିର ଦେଶର ପ୍ରଥମ ଧାର୍ମିକ ସ୍ଥଳ ଭାବେ ଆଇପି ଇଣ୍ଡିଆ ସୁରକ୍ଷା ହାତେଇଛି ।
ପୁରୀ: ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସହ ଜଡ଼ିତ ଆଉ ୩ଟି ପ୍ରମୁଖ ପରିଚୟକୁ ଟ୍ରେଡମାର୍କ ମିଳିଛି । ଶ୍ରୀମନ୍ଦିର, ରତ୍ନ ଭଣ୍ଡାର ଓ ଶ୍ରୀନଅରକୁ ଆଇପି ଇଣ୍ଡିଆ (IP India) ଅନୁମୋଦନ ମିଳିଛି । ୧୨ଶହ ଶତାବ୍ଦୀର ପୁରୀ ଜଗନ୍ନାଥ ମନ୍ଦିର ଦେଶର ପ୍ରଥମ ଧାର୍ମିକ ସ୍ଥଳ ବାବେ ଆଇପି ଇଣ୍ଡିଆ ସୁରକ୍ଷା ହାତେଇଛି ।

ଏଥିସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୯ଟି ଟ୍ରେଡମାର୍କ ପାଇଁ ଆବେଦନ କରଯାଇଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଆଉ ତିନୋଟି ସ୍ୱତନ୍ତ୍ର ନାମ ଓ ପରିଚୟ ପାଇଁ 'ବୌଦ୍ଧିକ ସମ୍ପତ୍ତି ସୁରକ୍ଷା' (Intellectual Property Protection) ହାସଲ କରିବାରେ ସଫଳ ହୋଇଛି ।

ଏଥିସହ ପଢ଼ନ୍ତୁ: ଖୁସି ଖବର; ସେପ୍ଟେମ୍ବର ୧୧ରୁ ଲିଟର ପିଛା ଚାଷୀଙ୍କୁ ଅଧିକ ୨ ଟଙ୍କା ଦେବ OMFED 

ସେଗୁଡ଼ିକ ହେଲା- 'ଶ୍ରୀମନ୍ଦିର' (କ୍ଲାସ୍ ୧୯ ଓ ୪୫), 'ରତ୍ନ ଭଣ୍ଡାର' (କ୍ଲାସ୍ ୧୪ ଓ ୪୫) ଏବଂ 'ଶ୍ରୀନଅର' (କ୍ଲାସ୍ ୧୯) । ଯାହାକୁ 'ଟ୍ରେଡ୍ ମାର୍କସ୍ ରେଜିଷ୍ଟ୍ରି' ଦ୍ୱାରା ପ୍ରକାଶନ ନିମନ୍ତେ ଗ୍ରହଣ କରାଯାଇଛି । ପୂର୍ବରୁ ୮ଟି ପରିଚୟ କୁ ଅନୁମୋଦନ ମିଳି ସାରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଥମ ପର୍ଯ୍ୟାୟରେ ତିନୋଟି ଟ୍ରେଡମାର୍କ- 'ଆନନ୍ଦ ବଜାର', 'ପତିତପାବନ' ଏବଂ 'ନୀଳଚକ୍ର ଲୋଗୋ' - ଅନୁମୋଦନ ଲାଭ କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ, 'ଜଗନ୍ନାଥ ଧାମ', 'ଶ୍ରୀକ୍ଷେତ୍ର', 'ମହାପ୍ରସାଦ', 'ନୀଳଚକ୍ର' ଏବଂ 'କୋଇଲି ବୈକୁଣ୍ଠ' ସମେତ ଆଉ ପାଞ୍ଚଟି ଆବେଦନ ପ୍ରକାଶନ ପାଇଁ ଗ୍ରହଣ କରାଯାଇଥିଲା ।

ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡ଼ିତ ଅନନ୍ୟ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ପ୍ରତିଷ୍ଠାନଗତ ଐତିହ୍ୟକୁ ସୁରକ୍ଷିତ ରଖିବାକୁ ଏବଂ ଶ୍ରୀମନ୍ଦିର ସହ ଘନିଷ୍ଠ ଭାବେ ଜଡ଼ିତ ନାମ ଓ ପରିଚୟଗୁଡ଼ିକର ଅନଧିକୃତ କିମ୍ବା ଅନୁଚିତ ବାଣିଜ୍ୟିକ ବ୍ୟବହାରକୁ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନର ଉଦ୍ୟମକୁ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟରେ ଅନୁମୋଦନ ମିଳିବାରେ ଲାଗିଛି ।

ଏଥିସହ ପଢ଼ନ୍ତୁ: ଭଙ୍ଗାଯିବ ବିପଦପୂର୍ଣ୍ଣ କୋଠା; ଦୁର୍ବଳ କୋଠା ମାଲିକଙ୍କୁ ଜାରି ହେବ ନୋଟିସ୍ 

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମୋଟ ୨୯ଟି ଟ୍ରେଡମାର୍କ ପାଇଁ ଆବେଦନ ହୋଇଛି । ଏହାଦ୍ୱାରା ମୂଳପୀଠ ବ୍ୟତୀତ ଅନ୍ୟ ସ୍ଥାନରେ ନାମର ବ୍ୟବହାର, ବିକ୍ରି ଆଦି ଉପରେ ରୋକ୍ ଲାଗିବ ।

ଆଗକୁ ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ପବିତ୍ର ତଥା ସ୍ୱତନ୍ତ୍ର ଐତିହ୍ୟ ପାଇଁ ଉପଯୁକ୍ତ ବୌଦ୍ଧିକ ସମ୍ପତ୍ତି ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି ।