Jagannath Temple / ମହାପ୍ରଭୁ ଓ ଶ୍ରୀମନ୍ଦିରକୁ ନେଇ ଶୁଭଙ୍କରଙ୍କ ବିବାଦୀୟ ଟିପ୍ପଣୀ; ଜିଲ୍ଲାପାଳ କହିଲେ- 'ଭୁଲ୍ ତଥ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ'
·4 months ago·2 min read

Key Points
ଭଙ୍କର କ୍ଷମା ମାଗନ୍ତୁ, ନ ହେଲେ ତାଙ୍କ ବିରୋଧରେ ଆକ୍ସନ ହେଉ । ଏମିତି ଦାବି କରିଛନ୍ତି ସେବାୟତ । ପୁରୀ ଜିଲ୍ଲାପାଳ କହିଛନ୍ତି, "ଜଗନ୍ନାଥ ସଂସ୍କୃତିକୁ ଅବମାନନା ଓ ଭୁଲ୍ ତଥ୍ୟ ଯେଉଁମାନେ ଦେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"
ପୁରୀ: ମହାପ୍ରଭୁଙ୍କ ନାଁରେ ଅପପ୍ରଚାର କରି ଫସିଲେ ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ର । ଶୁଭଙ୍କର କ୍ଷମା ମାଗନ୍ତୁ, ନ ହେଲେ ତାଙ୍କ ବିରୋଧରେ ଆକ୍ସନ ହେଉ । ଏମିତି ଦାବି କରିଛନ୍ତି ସେବାୟତ । ପୁରୀ ଜିଲ୍ଲାପାଳ କହିଛନ୍ତି, "ଜଗନ୍ନାଥ ସଂସ୍କୃତିକୁ ଅବମାନନା ଓ ଭୁଲ୍ ତଥ୍ୟ ଯେଉଁମାନେ ଦେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ପ୍ରଚାର ପ୍ରସାର ସବ୍ କମିଟିରେ ଯୋଜନା କରାଯାଉଛି ।"
ପ୍ରେମୀଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଯିବା ଅଶୁଭ ବୋଲି କହିଥିଲେ ଶୁଭଙ୍କର । ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଗଲେ ପ୍ରେମ ସଫଳ ହେବ ନାହିଁ ଓ ବିବାହ କରିପାରିବେ ନାହିଁ ଶୁଭଙ୍କର ବିବାଦୀୟ ଟିପ୍ପଣୀ ଦେଇଥିଲେ । ଶ୍ରୀମନ୍ଦିର ଉପରେ ମା' ରାଧାରାଣୀଙ୍କ ଅଭିଶାପ ପଡ଼ିଛି ବୋଲି ଭୁଲ୍ ମନ୍ତବ୍ୟ ରଖିଥିଲେ ଶୁଭଙ୍କର ମିଶ୍ର ।
ଏଥିସହ ପଢ଼ନ୍ତୁ: ବିବାଦରେ ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରା
ଶ୍ରୀମନ୍ଦିରକୁ ନେଇ ଶୁଭଙ୍କରଙ୍କ ବିବାଦୀୟ ବୟାନ ପରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶୁଭଙ୍କରଙ୍କ ନାଁରେ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦେଉ ବୋଲି ଦାବି କରିଛନ୍ତି ବରିଷ୍ଠ ସେବାୟତ । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା କ୍ଷୋଭ ପ୍ରକାଶ କରିଛନ୍ତି ।
ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା କହିଛନ୍ତି, "ଯେଉଁ ବ୍ୟକ୍ତି କହୁଛନ୍ତି ଯେ କୌଣସି ପ୍ରେମୀ ଯୁଗଳ, ବିବାହ କରିବାକୁ ଯାଉଥିବା ଯୁବକ ଓ ଯୁବତୀ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ତାର ଜୀବନ ନଷ୍ଟ ହୋଇଯିବ । ଭଲ ସାଥୀ ମିଳିବେନି, ଉତ୍ତମ ଧର୍ମ ପତ୍ନୀ ପାଇବେନି । ୟେ ପ୍ରକାର କହିବା, ପ୍ରଚାର କରିବା ସୋସିଆଲ୍ ମିଡିଆରେ ମୁର୍ଖାମୀ । ଏହା ହଜାର ହଜାର ବର୍ଷର ସନାତନ ଧର୍ମର ମହା ମିଳନ ପୀଠ । ଏଠି ଅପ୍ରାପ୍ତ ବସ୍ତୁ ପ୍ରାପ୍ତ ହୋଇଥାଏ, ଯିଏ ଯାହା ଚାହିଁଥାଏ ମିଳିଥାଏ ।"
ଏଥିସହ ପଢ଼ନ୍ତୁ: CM ନୁହେଁ ସୁପର CMଙ୍କ ସେବା ଥିଲା ପୂର୍ବ ସରକାରର ପ୍ରାଥମିକତା: ଆଇନ୍ ମନ୍ତ୍ରୀ
ଶୁଭଙ୍କର ପୁରୀ ଆସି କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି ବୁଦ୍ଧିଜୀବୀ । ଏବେ ସମସ୍ତଙ୍କ ନଜର ଶୁଭଙ୍କରଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ଯିଏ ବି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଅପପ୍ରଚାର କରିଛି ତାର ପତ୍ତନ ସୁନିଶ୍ଚିତ । ଏହାର ଅନେକ ଉଦାହରଣ ବି ରହିଛି । ତେଣୁ ଖୁବଶୀଘ୍ର ଶୁଭଙ୍କର ମିଶ୍ର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ କ୍ଷମା ମାଗିବାକୁ ଦାବି ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories