Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Srreemayee Statement / ପୁଣି ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ: ପୋଷ୍ଟରେ ନୈତିକତା, ‘ଜିରୋ ଟଲେରାନ୍ସ’ ଉପରେ କଡ଼ା ପ୍ରଶ୍ନ କଲେ

Ritu Das
Browse all articles by Ritu Das
·5 months ago·2 min read
ପୁଣି ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ: ପୋଷ୍ଟରେ ନୈତିକତା, ‘ଜିରୋ ଟଲେରାନ୍ସ’ ଉପରେ କଡ଼ା ପ୍ରଶ୍ନ କଲେ
india

Key Points

ପୁଣି ବିଜେଡିକୁ ଧୋଇଲେ ଶ୍ରୀମୟୀ ମିଶ୍ର । ଏଥର ସୋସିଆଲ ମିଡିଆରେ ପୋଷ୍ଟ କରି ବିଜେଡିକୁ ନୈତିକତା ଓ ବିଶ୍ବାସଘାତକତା ପାଠ ପଢ଼ାଇଛନ୍ତି।
ପୁଣି ବିଜେଡିକୁ ଧୋଇଲେ ଶ୍ରୀମୟୀ ମିଶ୍ର । ଏଥର ସୋସିଆଲ ମିଡିଆରେ ପୋଷ୍ଟ କରି ବିଜେଡିକୁ ନୈତିକତା ଓ ବିଶ୍ବାସଘାତକତା ପାଠ ପଢ଼ାଇଛନ୍ତି। ସେ ଲେଖିଛନ୍ତି ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି । ​୨ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି "ଅନୁଶାସନ"ର ପାଠ ପଢ଼ାଯାଉଛି । କୁହାଯାଉଛି ସେମାନେ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ। କିନ୍ତୁ ପ୍ରଶ୍ନ ଉଠୁଛି କିଏ କାହା ସହ ବିଶ୍ୱାସଘାତକତା କରିଛି? ପ୍ରକୃତ ବିଶ୍ୱାସଘାତକ କିଏ?

ଏହାସହ ପଢ଼ନ୍ତୁ: ନବୀନଙ୍କ ଓଡ଼ିଆ ଭାଷଣ ନେଇ ସମାଲୋଚନା, ସୋସିଆଲ ମିଡିଆରେ ପୋଷ୍ଟ ହେଲା ବିଜେଡି ସୁପ୍ରିମୋଙ୍କ ସ୍କ୍ରିପ୍ଟ


ଏହାଛଡ଼ା ସେ ଅନେକ ପ୍ରସଙ୍ଗରେ ବିଜେଡିକୁ ପଚାରିଛନ୍ତି କଡ଼ା ପ୍ରଶ୍ନ । ​କାହା ଅପାରଗତା ଓ କାହା ଅହଙ୍କାର ପାଇଁ ଦଳ କ୍ଷମତାରୁ ଗଲା, ଆଉ ବିଧାୟକ ସଂଖ୍ୟା ୫୧ ରେ କେମିତି ସୀମିତ ରହିଲା । ​କାହାର ବିଶ୍ବାସଘାତକତା ପାଇଁ ଲୋକସଭାରେ ଦଳ "ଶୂନ" ହୋଇଗଲା? । କାହାର ଷଡ଼ଯନ୍ତ୍ର ପାଇଁ ଦଳ ନୂଆପଡ଼ା ଉପନିର୍ବାଚନରେ ଜିଲ୍ଲା ବାହାରର ପ୍ରାର୍ଥୀ ଦେଇ ତୃତୀୟ ସ୍ଥାନରେ ରହିଲା ? ଯେତେବେଳେ ହୋର୍ଡିଂରୁ ନିଜ ବାପାଙ୍କ ଫଟୋ ହଟି ତାମିଲ୍ ଫଟୋ ରହିଲା, କୁଆଡ଼େ ଯାଇଥିଲା ସେ ଜିରୋ ଟଲେରାନ୍ସ । ​କିଏ ସେହି ବିଭୀଷଣ-ବିଶ୍ବାସଘାତକ, ଯିଏ କୋଟିଏ କର୍ମୀ-ନେତାଙ୍କ ପଛରେ ଛୁରୀମାଡ଼ କଲା ସତ୍ତ୍ୱେ ଦଳପତି ତାକୁ "ପ୍ରିୟପାତ୍ର" କରି ରଖିଛନ୍ତି ଓ କ'ଣ ବାଧ୍ୟବାଧକତା ରହିଛି?

​ସେତେବେଳେ ଆପଣଙ୍କ 'ଅନୁଶାସନ' କୁଆଡ଼େ ଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହ "I am down but not out" ପ୍ରସଙ୍ଗ ଉଠାଇ ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ଶ୍ରୀମୟୀ । ଦଳର ଜଣେ ନେତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ପ୍ରସଙ୍ଗ ଠାରୁ ଜଣେ ବରିଷ୍ଠ ନେତାଙ୍କ ଝିଅର ବାହାଘର ଭାଙ୍ଗିବା ପର୍ଯ୍ୟନ୍ତ କଥାକୁ ନିଜ ପୋଷ୍ଟରେ ଲେଖିଛନ୍ତି । ଅତୀତରେ ଦଳକୁ ସବୁଠୁ ଅଧିକ ଗାଳି କରୁଥିବା ଲୋକଙ୍କୁ ସ୍ୱତନ୍ତ୍ର ସମ୍ମାନ ଦେଇ ଟିକେଟ୍ ବଣ୍ଟାଗଲା? କୁଆଡ଼େ ଗଲା ସେହି "Zero Tolerance" ଆଉ "Discipline" ? ​ଆଜି ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯିଏ ସେହି ଭଣ୍ଡ ସନ୍ନ୍ୟାସୀ କୁ ନେତା ବୋଲି ନମାନିବ, ତାଙ୍କୁ ଅନୁଶାସନହୀନ ଓ ବିଶ୍ବାସଘାତକର ଆଖ୍ୟା ଦିଆଯିବ ।

ଏବେ ଦଳପତି ନିଜେ ନିଜ ଜାଲରେ ଛନ୍ଦି ହୋଇଯାଇଛନ୍ତି ବୋଲି ସେ ଆକ୍ଷେପ କରିଛନ୍ତି । ଦଳର ବରିଷ୍ଠ ନେତାମାନେ କାହିଁକି ଚୁପ୍ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଓଡ଼ିଆଙ୍କ ସ୍ୱାଭିମାନକୁ ଦଳିଦେବା ପାଇଁ ଦଳପତି ଜାଣିଶୁଣି ଏହି ତାମିଲ ଦମ୍ପତିଙ୍କୁ ଦାୟିତ୍ୱ ଟେକି ଦେଇଛନ୍ତି ବୋଲି ଲେଖିଛନ୍ତି ଶ୍ରୀମୟୀ । ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗରେ ବି ସିଧା ନିଶାନା କରିଛନ୍ତି । ସେ ଲେଖିଛନ୍ତି ​କ୍ଷମତାରେ ଥିଲାବେଳେ ଗୁଇନ୍ଦା ସଂସ୍ଥା ଫେଲ୍ ମାରିଲା। ଏବେ ତାମିଲ ସଂସ୍ଥାର ରିପୋର୍ଟ ଆଧାରରେ ଗୁଇନ୍ଦା ତଥ୍ୟ ପହଞ୍ଚି ଯାଉଛି ବୋଲି ଟାର୍ଗେଟ କରିଛନ୍ତି ।






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shreemayee Slams BJD Again, Raises Sharp Questions on Morality and Zero Tolerance Stand | Argus News