Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Naveen Patnaik Odia Script / ନବୀନଙ୍କ ଓଡ଼ିଆ ଭାଷଣ ନେଇ ସମାଲୋଚନା, ସୋସିଆଲ ମିଡିଆରେ ପୋଷ୍ଟ ହେଲା ବିଜେଡି ସୁପ୍ରିମୋଙ୍କ ସ୍କ୍ରିପ୍ଟ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·1 min read
ନବୀନଙ୍କ ଓଡ଼ିଆ ଭାଷଣ ନେଇ ସମାଲୋଚନା, ସୋସିଆଲ ମିଡିଆରେ ପୋଷ୍ଟ ହେଲା ବିଜେଡି ସୁପ୍ରିମୋଙ୍କ ସ୍କ୍ରିପ୍ଟ
Naveen Patnaik

Key Points

ନବୀନଙ୍କ ଓଡ଼ିଆ ଭାଷଣ ନେଇ ସମାଲୋଚନା
ନବୀନଙ୍କ ସ୍କ୍ରିପ୍ଟକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ବରିଷ୍ଠ ସାମ୍ବାଦିକ
ଇଂରାଜୀ ଅକ୍ଷରେ ଲେଖା ଓଡ଼ିଆ ଭାଷାକୁ କଦର୍ଥ କରି ପଢ଼ୁଥିଲେ ନବୀନ
କେମିତି ଓଡ଼ିଆ ଭାଷଣ ପଢ଼ୁଥିଲେ ନବୀନ । ଓଡ଼ିଆ ଅସ୍ମିତା କେମିତି ବର୍ଷ ବର୍ଷ ଧରି ତଳେ ପକାଇଥିଲେ । ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସରେ ଦଳର ସଭାପତି, ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଢ଼ିଥିବା ଭାଷଣର କପି ଏବେ ସାମ୍ନାକୁ ଆସିଛି ।



ଅଧିକ ପଢ଼ନ୍ତୁ: ଉଦ୍ଧବ ଠାକରେଙ୍କ ଭଳି ଦଶା ଭୋଗିଥାନ୍ତେ ନବୀନ ? ବିଜେଡି ସୁପ୍ରିମୋଙ୍କ ହାତରୁ ଖସିଯାଇଥାନ୍ତା ଶଙ୍ଖ ଚିହ୍ନ !


ଇଂରାଜୀ ଅକ୍ଷରରେ ଓଡ଼ିଆ ଭାଷାକୁ କେମିତି କଦର୍ଥ କରି ଲେଖାଇଛି ଓ ଏହି ଭାଷଣକୁ ନିଜେ ନବୀନ କେମିତି ପଢ଼ୁଥିଲେ ତାହା ଦେଖିଲେ ଲାଗୁଛି ବିଜେଡି ଓ ନବୀନଙ୍କ ପାଇଁ ଓଡ଼ିଆ ଭାଷାର ମହତ୍ତ୍ବ କେତେ ଥିଲା । ଓଡ଼ିଆ ସ୍ବାଭିମାନ ଓ ଓଡ଼ିଆ ଅସ୍ମିତାକୁ କେମିତି ୨୯ ବର୍ଷ ଧରି ଧୋକା ଦେଇ ଚାଲିଥିଲେ ନବୀନ ତାହା ସର୍ବସାଧାରଣକୁ ଆସିବା ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ: ଆସନ୍ତା ବର୍ଷ ଜାନୁଆରୀ, ଫେବ୍ରୁଆରୀରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ


ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଏହି ଭାଷଣର ଏକ ଅଂଶକୁ ସୋସିଆଲ ମିଡିଆରେ ଟ୍ୟାଗ କରି କେମିତି ରାଜ୍ୟରେ ବର୍ଷ ବର୍ଷ ଧରି ନବୀନ ଶାସନ ଚାଲିଥିଲା ତାହାର ପୋଲ ଖୋଲିଛନ୍ତି । ଖଣ୍ଡି ଓଡ଼ିଆରେ ଭାଷଣ ସାଙ୍ଗକୁ ଓଡ଼ିଆ ଅସ୍ମିତାକୁ କୁଠାରଘାତ କରି କେମିତି ନବୀନଙ୍କର ଏକ ସୁନ୍ଦର ଭାବମୂର୍ତ୍ତି ତିଆରି କରାଯାଇଥିଲା ତାକୁ ଉଜାଗର କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Naveen Patnaik Faces Criticism Over Odia Speech Script Shared Online | Argus News