Videos
|
Odisha

Puri Temple / ଶ୍ରୀଜୀଉଙ୍କ ବନକଲାଗି ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Ritu Das
Browse all articles by Ritu Das
·2 years ago
ଶ୍ରୀଜୀଉଙ୍କ ବନକଲାଗି ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଅର୍ଗସ ବ୍ୟୁରୋ: ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି। ଏଥିପାଇଁ ଶ୍ରୀମନ୍ଦିରରେ ପ୍ରାୟ ୩ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏ ବନ୍ଦ ରହିବ ଦର୍ଶବ। 

ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି। ଏହି ସ୍ବତନ୍ତ୍ର ନୀତି ସମୟରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିଛି। ୨ୟ ଭୋଗ ମଣ୍ଡପ ଅନୁଷ୍ଠିତ ହେବାପରେ ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ। ସେବକମାନେ ଠାକୁରଙ୍କ ବନକଲାଗି ନୀତି ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ଏଥିପାଇଁ ଅପରାହ୍ନରେ ଶ୍ରଦ୍ଧାଳୁମାନେ ପ୍ରାୟ ୩ଘଣ୍ଟା ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Puri Temple | Shrijiu's Banakalagi | Argus News