Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କଂଗ୍ରେସରେ ସାମିଲ ହେଲେ ଶ୍ରୀକାନ୍ତ ଜେନା

Odisha

କଂଗ୍ରେସରେ ସାମିଲ ହେଲେ ଶ୍ରୀକାନ୍ତ ଜେନା

Banajyotshna Ray
Browse all articles by Banajyotshna Ray
·2 years ago
କଂଗ୍ରେସରେ ସାମିଲ ହେଲେ ଶ୍ରୀକାନ୍ତ ଜେନା

ଅର୍ଗସ ବ୍ୟୁରୋ:  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରବାହୁଡା। କଂଗ୍ରେସରେ ସାମିଲ ହେଲେ ଶ୍ରୀକାନ୍ତ ଜେନା। ଶ୍ରୀକାନ୍ତ ଜେନା ୬ ବର୍ଷ ପରେ କଂଗ୍ରେସକୁ ଫେରିଲେ। ୨୦୧୯ରେ ଦଳରୁ ବହିଷ୍କୃତ ହୋଇଥିଲେ ଶ୍ରୀକାନ୍ତ ଜେନା। ଏବେ ପୁଣି ସେ ନିଜ ଦଳକୁ ଫେରିଛନ୍ତି ।

୪ଥର ସାଂସଦ ଓ ୩ ଥର ବିଧାୟକ ଥିବା ଜେନା ଦିଲ୍ଲୀରେ କଂଗ୍ରେସରେ ଯୋଗ ଦେଇଛନ୍ତି । ୨୦୧୯ରେ ଲଗାତର ତାଙ୍କର କଂଗ୍ରେସ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।  ଉପା ସରକାରେ ସେ କେନ୍ଦ୍ର ମନ୍ତ୍ରୀ ଥିଲେ । ତେବେ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡାକୁ ନେଇ କଂଗ୍ରେସ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shrikant Jena joined the Congress | Argus News