Murder Mystery / ଶୁଭମିତ୍ରା ହତ୍ୟା: ପୋଲିସ ହାତରେ ଲାଗିଲା ନୂଆ ଖିଅ

Key Points
ଶୁଭମିତ୍ରା ହତ୍ୟା - ଚାଞ୍ଚଲ୍ୟକର ତଥ୍ୟ
ମହିଳା କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲା
ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ପୋଲିସ ହାତରେ ଲାଗିଲା ନୂଆ ଖିଅ
ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲା । ଆଜି ୩ ଅଭିଯୁକ୍ତଙ୍କ ମେଡିକାଲ ଟେଷ୍ଟ ପରେ ହେବେ କୋର୍ଟ ଚାଲାଣ । ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ, ବିନୋଦ ଭୂଇଁଆ ଏବଂ ଜଟିଆ ମହନ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ପୋଲିସ । ସେପଟେ ଗତକାଲି ରାତିରେ କେଉଁଝର ମେଡିକାଲରେ ମୃତଦେହର ଶବ ବ୍ୟବଛେଦ ହୋଇଛି । ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ । କେଉଁଝର ଘଟଁଗା ଅଞ୍ଚଳରେ ମାଟି ତଳୁ ଶୁଭମିତ୍ରାଙ୍କ ମୃତଦେହ ଜବତ କରିଥିଲା କମିଶନରେଟ ପୋଲିସ ।
ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡ ରେ ଚାଞ୍ଚଲ୍ୟ ତଥ୍ୟ ସାମ୍ନାକୁ ଆସିଛି । ହତ୍ୟାକାଣ୍ଡ ପଛରେ ପୋଲିସ ହାତରେ ଲାଗିଛି ନୁଆଁ ଖିଅ । ଶୁଭମିତ୍ରା ଓ ଦୀପକ କମିଶନରେଟ ପୋଲିସ କାର୍ଯ୍ୟାଳୟ ରେ କାମ କରନ୍ତି। ୬ ତାରିଖ ୨.୩୦ରେ ଶୁଭମିତ୍ରା ଓ ଦୀପକ ଏକାଠି ଅଫିସ ରୁ ଖାଇବାକୁ ବାହାରିଥିଲେ । ଦୀପକ କାର ରେ ସିପି ଅଫିସ ରୁ ବାହାରିବା ପରେ ୟୁନିଟ -6 ଅଂଚଳ ରେ ଥିବା ଏକ ପଡିଆ ପାଖରେ ଉଭୟ ଙ୍କ ମଧ୍ୟରେ ଗାଡି ଭିତରେ ଝଗଡା ହୋଇଥିଲା । ଝଗଡାର କାରଣ ହେଉଛି ୧୦ ଲକ୍ଷ ଟଙ୍କା । ଜାଗା ଜିଣିବା ପାଇଁ ବିଭିନ୍ନ ସମୟ ରେ ଶୁଭମିତ୍ରା ଙ୍କ ଠାରୁ ଟଙ୍କା ନେଇଥିଲା କିନ୍ତୁ ଫେରସ୍ତ କରୁନଥିଲା । ଯାହାକୁ ନେଇ ଉଭୟ ଙ୍କ ମଧ୍ୟରେ ବାରମ୍ବାର ଝଗଡା ହୋଇଛି । ୬ ତାରିଖ ଦିନ ଟଙ୍କା ଫେରସ୍ତ କରିବ ବୋଲି ଶୁଭମିତ୍ରା ଙ୍କୁ କହିଥିଲା ଦୀପକ ।
ଆହୁରି ପଢନ୍ତୁ: ବାହା ହୋଇଥିବା ନେଇ ଲୁଚାଇଥିଲା ଦୀପକ, ଜାଣିବାରୁ ଭୁବନେଶ୍ଵରରେ ହତ୍ୟା ପରେ କେନ୍ଦୁଝରରେ ପୋତିଦେଲା
📱 Get Argus News App
✨ଆଉ ସେଇ ଟଙ୍କା କୁ ଗାଡି ଭିତରେ ଝଗଡା ହେବାରୁ ତଣ୍ଟି ଚିପି ହତ୍ୟା କରୁଥିଲା । ପରେ ମୃତଦେହ କୁ ଆଗ ସିଟରେ ଶୁଆଇ ଦେଇ ପ୍ରାୟ ଏକ ଘଣ୍ଟା ଧରି ସିପି ଅଫିସ ପାର୍କିଂ ରେ ଗାଡି ରଖିଥିଲା ଅଭିଯୁକ୍ତ ଦୀପକ । ଅଫିସ ଡ୍ୟୁଟି ସାରିବା ପରେ ମୃତଦେହକୁ କେନ୍ଦୁଝର ଘଟଗାଁ ଅଭିମୁଖେ ଆଣିଥିଲା ଦୀପକ । ପୂର୍ବରୁ ଯୋଜନା ବଦ୍ଧ ଭାବେ ଦୀପକ ର ମାଉସୀ ପୁଅ ପପୁ ଓ ତାର ସହଯୋଗୀ ଜଟିଆ ପ୍ରମାଣ ନଷ୍ଟ ପାଇଁ ସହଯୋଗ କରୁଥିଲା । ୬ ତାରିଖ ରାତିରେ ମୃତଦେହ ପୋତିବା ପରେ ଘଟଗାଁ ତାରିଣୀ ମନ୍ଦିର ବାହାରେ ମୁଣ୍ଡିଆ ମାରି ଭୁବନେଶ୍ୱର ଆସିଥିଲା । ୭ ତାରିଖ ଅଫିସ ଯିବା ପୂର୍ବରୁ ନିଜ ମାନସିକ ସ୍ଥିତି ଠିକ କରିବାକୁ ସିଡ଼ି ରେ ତଳ ଉପର ହୋଇଥିଲା ପରେ ଅଫିସ ଆସି ଡ୍ୟୁଟି କରିଥିଲା।
ସେପଟେ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଲା ଶୁଭମିତ୍ରା ଓ ଦୀପକ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି. ତେଣୁ ଦୀପକ କୁ ସ୍କାନର କୁ ଆଣି ପଚରାଉଚରା କରିଥିଲା. ଦୀପକ ବାରମ୍ବାର କଥା ପରିବର୍ତ୍ତନ କରୁଥିବାରୁ ତାଙ୍କୁ ନେଇ ପଲିଗ୍ରାଫ ଟେଷ୍ଟ କରିଥିଲା ପୋଲିସ. 9 ତାରିଖ ଠାରୁ ଦୀପକ ର ଗତିବିଧି ଉପରେ ନଜର ରଖିବା ସହ ତାଙ୍କ ଫୋନ ର CDR ଜାଞ୍ଚ କରିବା ପରେ ଧିରେ ଧିରେ ସତ ମାନିଥିଲା ଅଭିଯୁକ୍ତ ଦୀପକ ।
Related Topics
Explore more stories