Videos
|
Odisha

Subhamitra Murder / ଶୁଭମିତ୍ରାଙ୍କ ବାପାଙ୍କ ସାଂଘାତିକ ଅଭିଯୋଗ, ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ

Santosh Kumar Sahoo
Browse all articles by Santosh Kumar Sahoo
·12 months ago·2 min read
ଶୁଭମିତ୍ରାଙ୍କ ବାପାଙ୍କ ସାଂଘାତିକ ଅଭିଯୋଗ, ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ

Key Points

୧ କୋଟି ୨୫ ଲକ୍ଷର ବୀମା ଟଙ୍କା ପାଇଁ ହତ୍ୟା କରିଛି ଦୀପକ । ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ। ଶୁଭମିତ୍ରା ନାଁରେ ୧ କୋଟି ୨୫ ଲକ୍ଷ ଟଙ୍କାର ବୀମା କରିଥିଲା ଦୀପକ।

ପୁରୀ ସ୍ବର୍ଗଦ୍ବାରକୁ ଅନ୍ତିମ ସଂସ୍କାର ପାଇଁ ଆସିଥିବା ଶୁଭମିତ୍ରାଙ୍କ ବାପା ଅଭିଯୁକ୍ତ ଦୀପକ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଅର୍ଗସ କ୍ୟାମେରାରେ ବଡ଼ ବୟାନ ଦେଇଛନ୍ତି ଶୁଭମିତ୍ରାଙ୍କ ବାପା । ୧ କୋଟି ୨୫ ଲକ୍ଷର ବୀମା ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରିଛି ଦୀପକ । ତେବେ ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ ବୋଲି ବଡ଼ ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା ।


ସେ ଆହୁରି କହିଛନ୍ତି, ଶୁଭମିତ୍ରା ନାଁରେ ୧ କୋଟି ୨୫ ଲକ୍ଷ ଟଙ୍କାର ବୀମା କରିଥିଲା ଦୀପକ । ବୀମା ଟଙ୍କା ହାତେଇବାକୁ ଯୋଜନା କରିଥିଲେ ଦୀପକ ଓ ତା’ର ବଡ଼ ଭାଇ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ବି ବୀମା କରିଥିଲା ଦୀପକ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ଦୀପକ ଦେଢ଼ କୋଟି ଟଙ୍କାର ବୀମା କରିଥିଲା । ଆଉ ଅପର୍ଣ୍ଣାକୁ ମଧ୍ୟ ହତ୍ୟା କରିବା ପରେ ସେ ସେହି ଦେଢ଼ କୋଟି ଟଙ୍କା ହାତେଇଥିବା ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା ।


ଦୀପକ ହତ୍ୟା କରି ପାଉଥିବା ବୀମା ଟଙ୍କାକୁ ତା ଭାଇ ବ୍ୟବସାୟରେ ଲଗାଏ । ଅପର୍ଣ୍ଣା, ଶୁଭମିତ୍ରା ଭଳି ଆଉ କେତେ ଜଣଙ୍କୁ ଦୀପକ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବ ବୋଲି ସେ ଅଭିଯୋଗ କରିଛନ୍ତି।


ସେପଟେ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲା । ଆଜି ୩ ଅଭିଯୁକ୍ତଙ୍କ ମେଡିକାଲ ଟେଷ୍ଟ ପରେ ହେବେ କୋର୍ଟ ଚାଲାଣ । ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ, ବିନୋଦ ଭୂଇଁଆ ଏବଂ ଜଟିଆ ମହନ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ପୋଲିସ । ଅନ୍ୟପକ୍ଷରେ ପୁରୀ ସ୍ବର୍ଗଦ୍ବାରରେ ଶୋକାକୁଳ ପରିବେଶରେ ସମ୍ପନ୍ନ ହେଲା ମହିଳା କନେଷ୍ଟଳ ଶୁଭମିତ୍ରା ସାହୁଙ୍କ ଶେଷକୃତ୍ୟ । ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୁଭମିତ୍ରାଙ୍କ ଦାଦା ପୁଅ ଭାଇ ଦେଇଛନ୍ତି ମୁଖାଗ୍ନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Shubhamitra Murder: Father Alleges Deepak’s Brother Mastermind | Argus News