Shubhashree Death Suspense / ସନ୍ଦେହ ଘେରରେ ଶୁଭଶ୍ରୀଙ୍କ ମୃତ୍ୟୁ, ନଦୀରୁ ଶବ ପାଇ ବି ପୁଣି ବୁଡ଼ାଇଦେଲେ ନିଜ ଲୋକ
·1 hour ago·2 min read

Key Points
ଶୁଭଶ୍ରୀ ଦାସ ମୃତ୍ୟୁକୁ ନେଇ ସସପେନ୍ସ
ସନ୍ଦେହ ଘେରରେ କେନ୍ଦ୍ରାପଡ଼ା ଯୁବତୀ ଶୁଭଶ୍ରୀ ଦାସଙ୍କ ମୃତ୍ୟୁ
ଘଟଣାକୁ ୫ ଦିନ ବିତିଲାଣି, ହେଲେ ପୋଲିସ ହାତ ଖାଲି
୫ ଜଣଙ୍କୁ ପଚରାଉଚରା କରିବା ପରେ ସେମାନଙ୍କୁ ଛାଡ଼ି ଦେଇଛି ପୋଲିସ

କେନ୍ଦ୍ରାପଡ଼ା,୦୧/୧୦: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଶୁଭଶ୍ରୀ ଦାସଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ । ଘଟଣାକୁ ୫ ଦିନ ବିତିଲାଣି, ହେଲେ ପୋଲିସ ହାତ ଖାଲି । ଘଟଣାରେ ମୋଟ ୫ ଜଣଙ୍କୁ ଆଣି ପଚରାଉଚରା କରିବାପରେ ସେମାନଙ୍କୁ ଛାଡ଼ି ଦେଇଛି ପୋଲିସ । ଆଜି ନଦୀରେ ଅଗ୍ନିଶମ ବାହିନୀ ଦ୍ୱାରା ଜୋରଦାର ଖୋଜାଖୋଜି ଚାଲିଛି । ତେବେ ରାଜପୁର ଗାଁର ସୁବାଷ ଦାସଙ୍କ ଝିଅ ଶୁଭଶ୍ରୀ ଦାସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । ମୃତ ଝିଅର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଥିବାବେଳେ କୁଆଡ଼େ ଗଲା ଶୁଭଶ୍ରୀଙ୍କ ମୃତଦେହ ? ଘଟଣାଟି ଯେତିକି ସମ୍ବେଦନଶୀଳ, ସେତିକି ରହସ୍ୟମୟ ।
ରାଜନଗର ଗର୍ଜନପୁର ନିକଟ ହଂସୁଆ ନଦୀ କୂଳରେ ଶୁଭଶ୍ରୀଙ୍କ ମୃତଦେହ ଭାସୁଥିବା ଦେଖିଥିଲେ ସ୍ଥାନୀୟ ମତ୍ସ୍ୟଜୀବୀ। ଖବର ପାଇ ପରିବାର ଲୋକେ ବୋଟ୍ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ପୋଲିସକୁ ଖବର ଦେବା ବଦଳରେ, ଶବକୁ ଏକ ନିଛାଟିଆ ସ୍ଥାନକୁ ନେଇ ବେକରେ ଓଜନିଆ ପଥର ବାନ୍ଧି ନଦୀର ମଝି ସ୍ରୋତକୁ ଫିଙ୍ଗି ଦେଇଥିଲେ ବୋଲି ନିଜେ ଆଖିରେ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀ ବଖାଣିଛନ୍ତି । ଯାହା ପୁରା ଘଟଣାକୁ ଆହୁରି ରହସ୍ୟମୟ କରିପକାଇଛି ।.
ଶବକୁ ପାଇ ପୁଣି ବେକରେ ପଥର ବାନ୍ଧି ନଦୀକୁ ଫୋପାଡ଼ି ଦେବାରେ କ’ଣ ରହିଛି ଗୁପ୍ତ ଉଦ୍ଦେଶ୍ୟ ? ଝିଅ ନିଖୋଜ ପରେ ବି କାହିଁକି ଥାନାରେ ଏତଲା ଦେଇନଥିଲେ ପରିବାର? ଦିନ ଗଡ଼ୁଛି, ରହସ୍ୟ ବଢ଼ୁଛି । ନା ମୃତଦେହ ମିଳିପାରୁଛି, ନା ଏ ମିଷ୍ଟ୍ରି ଉପରୁ ଉଠୁଛି ପରଦା
ପଢନ୍ତୁ ଏହି ଖବର: ଲିଭ୍ -ଇନରେ ଥିବା ଯୁବତୀଙ୍କୁ ଫୁସୁଲାଇ ଜଙ୍ଗଲକୁ ନେଇ ଗଣଦୁଷ୍ମର୍ମ ଅଭିଯୋଗ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜନଗର ଥାନାର ଭାରପ୍ରାପ୍ତ ଆଇଆଇସି ରତିରଞ୍ଜନ ନାୟକଙ୍କ କହିବାନୁସାରେ, ଜେରା ବେଳେ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି ଯେ ଶୁଭଶ୍ରୀ ଖାଇବା ପିଇବାକୁ ନେଇ ଘରେ ସବୁବେଳେ ପାଟିତୁଣ୍ଡ କରନ୍ତି । ଘଟଣା ଦିନ ଅର୍ଥାତ ଶୁକ୍ରବାର ଦିନ ସେ ଘରୁ ରାଗି କରି ଯାଇ ସ୍ଥାନୀୟ ହଂସୁଆ ନଦୀକୁ ଡେଇଁ ପଡ଼ିଥିଲେ । ତେବେ ଶ୍ରଭୁଶ୍ରୀଙ୍କ ମୃତଦେହ ଠାବ ହେଲା ପରେ କୁଆଡ଼େ ଗଲା ସେ ବାବଦରେ ପଚାରିଲେ କିଛି କହିନଥିଲେ । ସେମାନଙ୍କୁ ଅଧିକ ପଚରାଉଚରା ଜାରି ରହଛି।
ଯଦି ଶୁଭଶ୍ରୀ ଆତ୍ମହତ୍ୟା କରିଥିଲେ ତା’ ହେଲେ ପରିବାର ଲୋକେ ପୁଲିସକୁ ସୂଚନା ଦେଇ ପାରିଥାନ୍ତେ? ପୁଲିସ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ କରାଇଥାନ୍ତା ଓ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଥାନ୍ତା । ତେଣୁ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ କାଳେ ମୃତ୍ୟୁର କାରଣ ଜଣାପଡ଼ିଯିବ ସେ ବାବଦରେ ପରିବାର ଲୋକେ ମୃତଦେହ ପୁଲିସ ହେପାଜତକୁ ଯାଉ ବୋଲି ଚାହୁଁନଥିଲେ । ତେଣୁ ମୃତଦେହକୁ ଗାଏବ କରିଦେଇଥିବେ ବୋଲି ଏବେ ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ଉଠିଲାଣି ।

Related Topics
Explore more stories