Videos
|
Odisha

Shubhashree Missing Case / ଶୁଭଶ୍ରୀ ନିଖୋଜ ଘଟଣାରେ ୭ ଦିନ ପରେ ବି ମିଳୁନି ପତ୍ତା,ସ୍ପଷ୍ଟ ହେଉନି ନିଖୋଜ ନା ମୃତ ?

Bikash Mohanty
Browse all articles by Bikash Mohanty
·1 hour ago·2 min read
ଶୁଭଶ୍ରୀ ନିଖୋଜ ଘଟଣାରେ ୭ ଦିନ ପରେ ବି ମିଳୁନି ପତ୍ତା,ସ୍ପଷ୍ଟ ହେଉନି ନିଖୋଜ ନା ମୃତ ?
Subhashree

Key Points

ରାଜନଗର ଶୁଭଶ୍ରୀ ନିଖୋଜ ଘଟଣା
୭ ଦିନ ପରେ ବି ମିଳୁନି ପତ୍ତା
ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ପରିବାରର ଅଭିଯୋଗକୁ ନେଇ ବଢ଼ିଲା ସନ୍ଦେହ
୭ ଦିନ ପରେ ବି ପୋଲିସ ହାତ ଖାଲି, ୫ ଜଣଙ୍କୁ ପଚରାଉଚରା
କେନ୍ଦ୍ରାପଡ଼ା ଶୁଭଶ୍ରୀ ନିଖୋଜ ଘଟଣାରେ ନୂଆ ମୋଡ଼
ସ୍ପଷ୍ଟ ହେଉନି ନିଖୋଜ ନା ମୃତ୍ୟୁ ?
କେନ୍ଦ୍ରାପଡ଼ା,୦୨/୧୦: କେନ୍ଦ୍ରାପଡା ଜିଲ୍ଲା ରାଜନଗର ର ଶୁଭଶ୍ରୀ ନିଖୋଜ ଘଟଣା। ୭ ଦିନପରେ ବି ପୋଲିସ ହାତ ଖାଲି। ନାଁ ଶୁଭଶ୍ରୀ ଙ୍କର ମୃତ ଦେହ ଖୋଜି ପାଉଛି ପୋଲିସ, ନାଁ ମୃତ୍ୟୁ ଉପରୁ ଉଠୁଛି ପରଦା। ଏହାରି ଭିତରେ ପ୍ରତ୍ୟକ୍ଷଦର୍ଶୀ ଏବଂ ବିଳମ୍ବରେ ପରିବାରର ଅଭିଯୋଗ ଘଟଣାରେ ମୋଡ଼ ବଦଳେଇଦେଇଛି। ପୋଲିସ ମଧ୍ୟ ୫ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରି ଛାଡିଦେଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, କାହା କଥା ସତ ? ପ୍ରତ୍ୟକ୍ଷଦର୍ଶୀ ଙ୍କ ବୟାନ ସତ ନାଁ ପରିବାର ର ଅଭିଯୋଗ ସତ ? ପରିବାର ଅଭିଯୋଗ ଯଦି ସତ ହୋଇଥାଏ, ତାହେଲେ କାହିଁକି ନିଖୋଜ ଦିନ 25 ତାରିଖରୁ ଚୁପ ଥିଲେ ପରିବାର ? ଯାହାକୁ ନେଇ ସନ୍ଦେହ ବଢିଛି। ତେବେ ଶୁଭଶ୍ରୀ ଙ୍କ ନିଖୋଜ ଘଟଣା ଉପରୁ ପରଦା ଉଠିବା ପାଇଁ ପୋଲିସର କିଭଳି ଚାଲିଛି ତଦନ୍ତ, ତାକୁ ହିଁ ଅପେକ୍ଷା।


ରାଜନଗର ଗର୍ଜନପୁର ନିକଟ ହଂସୁଆ ନଦୀ କୂଳରେ ଶୁଭଶ୍ରୀଙ୍କ ମୃତଦେହ ଭାସୁଥିବା ଦେଖିଥିଲେ ସ୍ଥାନୀୟ ମତ୍ସ୍ୟଜୀବୀ। ଖବର ପାଇ ପରିବାର ଲୋକେ ବୋଟ୍ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ପୋଲିସକୁ ଖବର ଦେବା ବଦଳରେ, ଶବକୁ ଏକ ନିଛାଟିଆ ସ୍ଥାନକୁ ନେଇ ବେକରେ ଓଜନିଆ ପଥର ବାନ୍ଧି ନଦୀର ମଝି ସ୍ରୋତକୁ ଫିଙ୍ଗି ଦେଇଥିଲେ ବୋଲି ନିଜେ ଆଖିରେ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀ ବଖାଣିଛନ୍ତି । ଯାହା ପୁରା ଘଟଣାକୁ ଆହୁରି ରହସ୍ୟମୟ କରିପକାଇଛି ।. ଶବକୁ ପାଇ ପୁଣି ବେକରେ ପଥର ବାନ୍ଧି ନଦୀକୁ ଫୋପାଡ଼ି ଦେବାରେ କ’ଣ ରହିଛି ଗୁପ୍ତ ଉଦ୍ଦେଶ୍ୟ ? ଝିଅ ନିଖୋଜ ପରେ ବି କାହିଁକି ଥାନାରେ ଏତଲା ଦେଇନଥିଲେ ପରିବାର? ଦିନ ଗଡ଼ୁଛି, ରହସ୍ୟ ବଢ଼ୁଛି । ନା ମୃତଦେହ ମିଳିପାରୁଛି, ନା ଏ ମିଷ୍ଟ୍ରି ଉପରୁ ଉଠୁଛି ପରଦା

ପଢନ୍ତୁ ଏହି ଖବର: ଲିଭ୍ -ଇନରେ ଥିବା ଯୁବତୀଙ୍କୁ ଫୁସୁଲାଇ ଜଙ୍ଗଲକୁ ନେଇ ଗଣଦୁଷ୍ମର୍ମ ଅଭିଯୋଗ

ରାଜନଗର ଥାନାର ଭାରପ୍ରାପ୍ତ ଆଇଆଇସି ରତିରଞ୍ଜନ ନାୟକଙ୍କ କହିବାନୁସାରେ, ଜେରା ବେଳେ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି ଯେ ଶୁଭଶ୍ରୀ ଖାଇବା ପିଇବାକୁ ନେଇ ଘରେ ସବୁବେଳେ ପାଟିତୁଣ୍ଡ କରନ୍ତି । ଘଟଣା ଦିନ ଅର୍ଥାତ ଶୁକ୍ରବାର ଦିନ ସେ ଘରୁ ରାଗି କରି ଯାଇ ସ୍ଥାନୀୟ ହଂସୁଆ ନଦୀକୁ ଡେଇଁ ପଡ଼ିଥିଲେ । ତେବେ ଶ୍ରଭୁଶ୍ରୀଙ୍କ ମୃତଦେହ ଠାବ ହେଲା ପରେ କୁଆଡ଼େ ଗଲା ସେ ବାବଦରେ ପଚାରିଲେ କିଛି କହିନଥିଲେ । ସେମାନଙ୍କୁ ଅଧିକ ପଚରାଉଚରା ଜାରି ରହଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦି ଶୁଭଶ୍ରୀ ଆତ୍ମହତ୍ୟା କରିଥିଲେ ତା’ ହେଲେ ପରିବାର ଲୋକେ ପୁଲିସକୁ ସୂଚନା ଦେଇ ପାରିଥାନ୍ତେ? ପୁଲିସ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ କରାଇଥାନ୍ତା ଓ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଥାନ୍ତା । ତେଣୁ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ କାଳେ ମୃତ୍ୟୁର କାରଣ ଜଣାପଡ଼ିଯିବ ସେ ବାବଦରେ ପରିବାର ଲୋକେ ମୃତଦେହ ପୁଲିସ ହେପାଜତକୁ ଯାଉ ବୋଲି ଚାହୁଁନଥିଲେ । ତେଣୁ ମୃତଦେହକୁ ଗାଏବ କରିଦେଇଥିବେ ବୋଲି ଏବେ ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ଉଠିଲାଣି ।