SI Recruitment Scam / SI ପରୀକ୍ଷା କେଳେଙ୍କାରୀ ମାମଲାରେ ବଢ଼ିଲା ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଅଡୁଆ

Key Points
SI ପରୀକ୍ଷା କେଳେଙ୍କାରୀ ମାମଲାରେ ବଢ଼ିଲା ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଅଡୁଆ
ସୁବ୍ରତଙ୍କ ଅନୁଷ୍ଠାନ ବାଣିକର ୩ ଅଧିକାରୀଙ୍କୁ ଅଢ଼େଇ ଘଣ୍ଟା ଜେରା
କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ HR ହେଡ୍, ଆକାଉଣ୍ଟସ୍ ଓ ବିଜନେସ ମ୍ୟାନେଜରଙ୍କୁ ପଚରାଉଚୁରା
ମିଳିଥିବା ତଥ୍ୟ ଆଧାରରେ ତଦନ୍ତ ଆଗକୁ ବଢ଼ାଇବ କ୍ରାଇମବ୍ରାଞ୍ଚ
ବାଣିକ ଅଧିକାରୀ ଓ ଗିରଫ ଆଶାୟୀଙ୍କର ଯାଞ୍ଚ ହେବ CDR
ଆବଶ୍ୟକ ପଡ଼ିଲେ ପୁଣି ହୋଇପାରେ ପଚରାଉଚୁରା
ପୂର୍ବାହ୍ନ ସାଢ଼େ 11ଟା । କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିଲେ ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ବାଣିକ ଅନୁଷ୍ଠାନର 3 ଅଧିକାରୀ। ମାନବ ସମ୍ବଳ ବା HR ଡିପାର୍ଟମେଣ୍ଟ ହେଡ୍, ଆକାଉଣ୍ଟସ୍ ମ୍ୟାନେଜର ଓ ବିଜନେସ୍ ମ୍ୟାନେଜର । ପ୍ରାୟ ଅଢ଼େଇ ଘଣ୍ଟା ଧରି ଏମାନଙ୍କୁ ଗୋଡ଼ାଇ ତୋଡ଼ାଇ ପ୍ରଶ୍ନ କଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ଅପରାହ୍ନ ପ୍ରାୟ 2ଟା ବେଳେ ବାହାରିଲେ । କ୍ୟାମେରା ଆଗରେ କିଛି କହିଲେନି, କିନ୍ତୁ ସୂତ୍ରରୁ ମିଳିଥିବା ଖବର ଅନୁସାରେ SI ପରୀକ୍ଷା କେଳେଙ୍କାରୀ ମାମଲାରେ ଏମାନଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇବ କ୍ରାଇମବ୍ରାଞ୍ଚ । ସୂଚନା ଅନୁସାରେ ଆଶାୟୀ ପରୀକ୍ଷାର୍ଥୀ ବାହାର ରାଜ୍ୟକୁ ଯିବା ପାଇଁ ବାଣିକ ସ୍ପନସର କରିଥିବା କଥାକୁ ଏମାନେ ଅସ୍ବୀକାର କରିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ବାଣିକର ଅଧିକାରୀ ପୁଣି ଜେରାର ସାମ୍ନା କରିପାରନ୍ତି ।
ଗୋଳନ୍ତରା ଥାନା 114ଜଣଙ୍କୁ ଗିରଫ କରିଥିବା ଚାକିରୀ ଆଶାୟିଙ୍କ ଲିଷ୍ଟ ଧରି ଗତକାଲି ଭୁବନେଶ୍ବର ନୟାପଲ୍ଲୀସ୍ଥିତ ବାଣିକ କୋଚିଂ ସେଣ୍ଟରରେ ରେଡ୍ କରିଥିଲା କ୍ରାଇମବ୍ରାଞ୍ଚ । HRଙ୍କ ଲାପଟପ ଜବତ କରି ତନାଘନା କରିଥିଲା । ଗିରଫ 114 ଜଣ ଆଶାୟୀଙ୍କ ମଧ୍ୟରୁ କେତେକଙ୍କର ଏହି ବାଣିକ ସହ ଲିଙ୍କ୍ ରହିଥିବା କ୍ରାଇମବ୍ରାଞ୍ଚ କହିଥିଲା । ଏହା ସହ ଗତ 5 ବର୍ଷର ଚାକିରୀ ଆଶାୟୀଙ୍କ ଲିଷ୍ଟ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍। ବିଜେଡିର ପାୱାର ସେଣ୍ଟରର ଘନିଷ୍ଠ ଥିଲେ ବାଣିକ ଅନୁଷ୍ଠାନର ମାଲିକ ତଥା ବିଜେଡି ନେତା ସୁବ୍ରତ ଛାଟୋଇ। ଏଣୁ ଏସଆଇ ପରୀକ୍ଷା କେଳେଙ୍କାରୀରେ ବାଣିକ ଅନୁଷ୍ଠାନର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ବିଜେଡି ପାଇଁ ବଢ଼ିଛି ଅଡୁଆ।
ଏଥିସହ ପଢ଼ନ୍ତୁ: ପୋଲିସ୍ SI ନିଯୁକ୍ତି ଘୋଟାଲା, କ୍ରାଇମବ୍ରାଞ୍ଚରେ ହାଜର ହେଲେ 'ବଣିକ୍' ଅଧିକାରୀ
📱 Get Argus News App
✨ଓଡ଼ିଶା ପୋଲିସ SI ନିଯୁକ୍ତି ଘୋଟାଲା ଲିଙ୍କ୍ରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଗତକାଲି 'ବଣିକ' କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରେଡ୍ କରିବା ପରେ ଆଜି ବଣିକର ୩ ଜଣ ଅଧିକାରୀଙ୍କୁ ହାଜର ହେବାକୁ ନୋଟିସ୍ ଜାରି କରିଛି । ଆଜି ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ ଜାରି ହୋଇଛି । ତେବେ କ୍ରାଇମବ୍ରାଞ୍ଚର ନୋଟିସ୍ ପରେ ହାଜର ହୋଇଛନ୍ତି ବଣିକର ୩ ଅଧିକାରୀ।
ଏସଆଇ ନିଯୁକ୍ତି ପରୀକ୍ଷା ବାତିଲ ପରେ ଉଠୁଛି ପଡୁଛି ରାଜ୍ୟ । ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ଚାଲିଥିଲା ରେଡ୍ । ଜୁନ ୨୦୨୪ ପରେ କେତେ ପରୀକ୍ଷା ବାତିଲ ହୋଇଛି ସେନେଇ ରିପୋର୍ଟ ମାଗିଥିଲେ ରାଜ୍ୟ ସରକାର । SI ପରୀକ୍ଷା କେଳେଙ୍କାରୀ ନେଇ ଆକ୍ସନରେ ରାଜ୍ୟ ସରକାର । ନିଯୁକ୍ତି ପରୀକ୍ଷା ବାତିଲ ନେଇ ସବୁ ବିଭାଗକୁ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର । ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା କେଳେଙ୍କାରୀ ଯୋଗୁଁ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ୨୦୨୪ ପରେ ରାଜ୍ୟରେ ଅନେକ ପରୀକ୍ଷା କେଳେଙ୍କାରୀ ସାମ୍ନାକୁ ଆସିଲାଣି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories