Odisha SI Recruitment Scam / ପୋଲିସ୍ SI ନିଯୁକ୍ତି ଘୋଟାଲା, କ୍ରାଇମବ୍ରାଞ୍ଚରେ ହାଜର ହେଲେ 'ବଣିକ୍' ଅଧିକାରୀ

Key Points
କଟକ କ୍ରାଇମ୍ବ୍ରାଞ୍ଚ ମୁଖ୍ୟାଳୟରେ 'ବଣିକ'ର ୩ ଅଧିକାରୀ ହାଜର । ପୋଲିସ SI ନିଯୁକ୍ତି ଘୋଟାଲାରେ 'ବଣିକ'ର ଲିଙ୍କ୍ ନେଇ ତନାଘନା । ୩ ଜଣଙ୍କୁ ହାଜର ହେବାକୁ ନୋଟିସ୍ କରିଥିଲା କ୍ରାଇମ୍ବ୍ରାଞ୍ଚ ।
ଓଡ଼ିଶା ପୋଲିସ SI ନିଯୁକ୍ତି ଘୋଟାଲା ଲିଙ୍କ୍ରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଗତକାଲି 'ବଣିକ' କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରେଡ୍ କରିବା ପରେ ଆଜି ବଣିକର ୩ ଜଣ ଅଧିକାରୀଙ୍କୁ ହାଜର ହେବାକୁ ନୋଟିସ୍ ଜାରି କରିଛି । ଆଜି ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ ଜାରି ହୋଇଛି । ତେବେ କ୍ରାଇମବ୍ରାଞ୍ଚର ନୋଟିସ୍ ପରେ ହାଜର ହୋଇଛନ୍ତି ବଣିକର ୩ ଅଧିକାରୀ।
ବଣିକ କୋଚିଂ ସେଣ୍ଟରର HR ଆଡମିନ, ଆକାଉଣ୍ଟସ ମ୍ୟାନେଜର, ମାର୍କେଟିଂ ମ୍ୟାନେଜରକୁ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି । ସେମାନେ ଆଜି କଟକ କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହୋଇ ସମସ୍ତ ତଥ୍ୟ ରଖିବେ । ଗତକାଲି ବଣିକ କୋଚିଂ ସେଣ୍ଟରରେ ପାଖାପାଖି ୩ ଘଣ୍ଟା ଧରି ରେଡ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ବଣିକ ମାଲିକ ସୁବ୍ରତ ଛାଟୋଇଙ୍କୁ ମଧ୍ୟ ପଚରାଉଚରା କରିଥିଲା । ଗତ ୫ ବର୍ଷର ଡାଟା ନେଇଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ।
ଅଧିକ ପଢ଼ନ୍ତୁ: ପୀତବାସ ପଣ୍ଡା ହତ୍ୟା ମାମଲା, ଜଣେ CISF ଯବାନ ସହ ୩ ଜଣ ଅଟକ
📱 Get Argus News App
✨ଗତକାଲି ବଣିକ’ କୋଚିଂ ସେଣ୍ଟରରେ ଛାନଭିନ୍ କରାଯାଇଥିଲା । ବିଜୟନଗରମ ଯାଉଥିବା ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ଭିତରେ ‘ବଣିକ’ର ପରୀକ୍ଷାର୍ଥୀ ଥିଲେ । ‘ବଣିକ’ ପରୀକ୍ଷାର୍ଥୀଙ୍କୁ ପଠାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ହେଲେ କେତେ ପରୀକ୍ଷାର୍ଥୀଙ୍କୁ ‘ବଣିକ’ ପଠାଇଥିଲା ଆଗକୁ ସ୍ପଷ୍ଟ ହେବ । ଏଥିସହ ବଣିକ’ର ୫ ବର୍ଷର ରେକର୍ଡ ଖୋଜୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ରହିଥିବା କୁହାଯାଉଛି ।
ପୂର୍ବରୁ କ୍ରାଇମବ୍ରାଞ୍ଚ ଗତ ୫ ତାରିଖରେ ଭୁବନେଶ୍ବର ରଘୁନାଥପୁରରେ ଥିବା ଶ୍ରୀ ଲିଙ୍ଗରାଜ ଇନଫୋସଲ୍ ଅନଲାଇନ ପରୀକ୍ଷା କେନ୍ଦ୍ର ଉପରେ ଚଢ଼ାଉ କରି ସିଲ୍ କରିଥିଲା। ଶଙ୍କର ପୃଷ୍ଟି ଏଠାକୁ ଆସୁଥିବା ଏବଂ ପରିକ୍ଷାର୍ଥୀଙ୍କ ପାଇଁ ଏଠାରେ ଫିକ୍ସିଂ କରିଥିବା ନେଇ ଜାଣିବାକୁ ପାଇଥିଲା।
ସେପଟେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଏସଆଇ ନିଯୁକ୍ତିରେ ଦୁର୍ନୀତି ଖବର ସାମ୍ନାକୁ ଆସିବା ମାତ୍ରେ ସରକାରୀ ତତ୍ପରତା ପ୍ରକାଶ ପାଇଛି । ଘଟଣାରେ ସମ୍ପୃକ୍ତ ବ୍ଯକ୍ତିଙ୍କ ବିରୋଧରେ ତୁରନ୍ତ ଆକ୍ସନ ନିଆଯାଇଛି । ଘଟଣାରେ ସମ୍ପୃକ୍ତ ମୁଖ୍ୟ ତଥା ଜିଲ୍ଲା ସ୍ତରର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାକୁ ସ୍ୱଚ୍ଛତା ଓ ସକ୍ଷମତାର ସହ କରାଯାଉଛି । ସରକାର କୌଣସି ଠାରେ ତ୍ରୁଟି କରିନାହାନ୍ତି । କୌଣସି ଘଟଣାର ପରବର୍ତ୍ତୀ ସମୟରେ ସରକାରଙ୍କ ପ୍ରତିକ୍ରିୟା କଣ ରହିଛି, ତାହାକୁ ଆଧାର କରି ତର୍ଜମା କରାଯାଏ । କଂଗ୍ରେସ ନେତା ମାନେ ରଙ୍ଗୀନ ଚଷମା ପିନ୍ଧିଛନ୍ତି, ତେଣୁ ଠିକସେ ଦେଖା ଯାଉନାହିଁ । ନହେଲେ ଓଡ଼ିଶାରେ କିଭଳି ଅରାଜକତା ସୃଷ୍ଟି ହେବ, ସେଥିପାଇଁ କଂଗ୍ରେସ ନିଜକୁ ପ୍ରସ୍ତୁତ କରୁଛି । ଯାହା ପଦକ୍ଷେପ ନିଆଯିବା କଥା, ନିଆଚାଲିଛି । ଆଗାମୀ ଦିନରେ ମଧ୍ୟ ନିଆଯିବ । ଏସଆଇ ନିଯୁକ୍ତିରେ ଦୁର୍ନୀତି ଯେଉଁମାନଙ୍କ ନାଁ ଆସିବ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୌଣସି ମତେ ଛଡା ଯିବ ନାହିଁ । ଏ କଥାର ଆଶ୍ୱାସନା ସରକାର ଓଡିଶାବାସୀଙ୍କୁ ଦେଉଛନ୍ତି । ଏଭଳି ଘଟଣା ଆଗକୁ ଯେମିତି ନଘଟିବ, ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।"
Related Topics
Explore more stories