Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SI Scam / SI କେଳେଙ୍କାରୀରେ ମହାଖୁଲାସା:CBI ଚାର୍ଜସିଟରେ ଦୀଘା ମଡ୍ୟୁଲ, ଚାକିରି ପିଛା ୨୫ ଲକ୍ଷରେ ଡିଲ୍

Santosh Kumar Sahoo
Browse all articles by Santosh Kumar Sahoo
·6 months ago·3 min read
SI କେଳେଙ୍କାରୀରେ ମହାଖୁଲାସା:CBI ଚାର୍ଜସିଟରେ ଦୀଘା ମଡ୍ୟୁଲ, ଚାକିରି ପିଛା ୨୫ ଲକ୍ଷରେ ଡିଲ୍
SI Scam

Key Points

SI କେଳେଙ୍କାରୀରେ ମହାଖୁଲାସା
ସିବିଆଇ ଚାର୍ଜସିଟରେ ଦୀଘା ମଡ୍ୟୁଲ
ବିରଞ୍ଜି, ଅରବିନ୍ଦ ମୁଖ୍ୟଖଳନାୟକ
ଚାକିରି ପିଛା ୨୫ ଲକ୍ଷରେ ଡିଲ୍
ବହୁଚର୍ଚ୍ଚିତ ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇର ଚାର୍ଜସିଟରେ ଖୋଲିଛି ସାଂଘାତିକ ଷଡ଼ଯନ୍ତ୍ରର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ । ୟା ଭିତରେ ଦୀଘା ମଡ୍ୟୁଲର ହୋଇଛି ଖୁଲାସା । ଗିରଫ ବିରଞ୍ଚି ନାୟକ ଓ ସହଯୋଗୀ ଅରବିନ୍ଦ ଦାସ ମାର୍ଚ୍ଚ 8 ଓ 9 ପରୀକ୍ଷା ପାଇଁ ରଚିଥିଲେ ପୂରା ଷଡ଼ଯନ୍ତ୍ର । ଚାକିରି ପିଛା ହୋଇଥିଲା ୨୫ ଲକ୍ଷ ଟଙ୍କାର ଡିଲ୍ । ପୂରା ନେଟଓ୍ବାର୍କ ପଛରେ ମୁନା ମହାନ୍ତି, ଶଙ୍କର ପୃଷ୍ଟି, ତ୍ରିନାଥ ଜେନା, ଗୋବିନ୍ଦ ତ୍ରିପାଠୀଙ୍କର କ'ଣ ଥିଲା ଭୂମିକା ତା'ର ହୋଇଛି ପର୍ଦ୍ଦାଫାସ୍ ।

ଏସଆଇ କେଳେଙ୍କାରୀରେ ଦୀଘା ମଡ୍ୟୁଲର ବଡ଼ ଖୁଲାସା । ଅର୍ଗସ ହାତରେ ଲାଗିଲା ଦସ୍ତାବିଜ୍ । ଇଏ ହେଉଛି ସେହି ହୋଟେଲ ଯେଉଁଠି ପରୀକ୍ଷାର୍ଥୀମାନେ ରହିଥିଲେ । ହୋଟେଲ ଆଗରେ ଅର୍ଗସ ଟିମ୍ । ସୂଚନା ଅନୁସାରେ ଏସଆଇ କେଳେଙ୍କାରୀରରେ ଗିରଫ ବିରଞ୍ଚି ନାୟକ ଓ ତା ସହଯୋଗୀ ଅରବିନ୍ଦ ଦାସ ମାର୍ଚ୍ଚ ୮ ଓ ୯ ପରୀକ୍ଷା ପାଇଁ ପୂରା ଷଡ଼ଯନ୍ତ୍ର ରଚିଥିଲେ । ୩ରୁ ୫ ତାରିଖ ଦୁଇ ଦିନ ପୂରା ଆଶ୍ରୟ ଲକଜରୀ ହୋଟେଲକୁ ବୁକ୍ କରିଥିଲା ଅରବିନ୍ଦ । ସେଠାରେ ପିଲାଙ୍କୁ ରଖି ସୁନ୍ଦରବନ ନେଇଥିଲେ । ମାର୍ଚ୍ଚ ମାସର ପରୀକ୍ଷା ବାତିଲ ହୋଇଥିଲା । ପରେ ଅକ୍ଟୋବରରେ ବି ବିରଞ୍ଚି ଓ ଅରବିନ୍ଦ ଆଶ୍ରୟ ଲକଜରି ହୋଟେଲ୍ ବୁକ୍ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ପର୍ଯ୍ୟଟକଙ୍କ ଭିଡ଼ ଯୋଗୁଁ ରୁମ୍ ମିଳିନଥିଲା । ପାଖରେ ଥିବା ମନ୍ଦାରମଣି ଭିକ୍ଟୋରିଆ ହୋଟେଲ୍ ବୁକ୍ ହୋଇଥିଲା । ୧୫୦ ଛାତ୍ରଙ୍କ ପାଇଁ ହୋଇଥିଲା ହୋଟେଲର ହଲ୍ ବୁକ୍ । ସୂଚନା ପାଇଁ ସିବିଆଇର ଟିମ୍ ହୋଟେଲରେ ଯାଞ୍ଚ କରିଛି । କାଗଜ ପତ୍ର ଜବତ କରିଛି । ସବୁ ଏକ୍ସକ୍ସୁସିଭ୍ ଦସ୍ତାବିଜ୍ ଲାଗିଛି ଅର୍ଗସ ହାତରେ ।

ସିବିଆଇ ଚାର୍ଜସିଟ ଅନୁସାରେ ମାର୍ଚ୍ଚ ମାସରେ ଅରବିନ୍ଦ ଦାସ ୧୦୦ ଜଣ ଚାକିରୀ ଆଶାୟୀଙ୍କୁ ଯୋଗାଡ କରିଥିଲା ଦୀଘା ନେବା ପାଇଁ । ଆଉ ବିରଞ୍ଚି ୮୪ ଜଣଙ୍କୁ ଟାର୍ଗେଟ କରିଥିଲା । ସେଥିମଧ୍ୟରୁ ୪୫ ଜଣଙ୍କୁ ଦୀଘା ନେଇଥିଲା । ବାକି ୩୯ ଜଣଙ୍କୁ ଭୁବନେଶ୍ବରରେ ହୋଟେଲ ଅପୁଲେନ୍ସରେ ରଖାଯାଇଥିଲା । ସିବିଆଇ ଖୋଳତାଡ ସମୟରେ ଅରବିନ୍ଦର ନାଲି ଡାଏରୀ ଖୋଲିଥିଲା ପୂରା ଘଟଣା ପଛର ରହସ୍ୟ ।

ଏହିପରି ମୋଟ ୧୮୪ ଜଣଙ୍କୁ ନେଇ ଦୀଘା ମଡ୍ୟୁଲର ଖେଳ । ୨ ଲକ୍ଷ ଅଗ୍ରୀମ ଆକାରରେ ନେଇଥିଲେ । ବାକି ଚାକିରି ହେବା ପରେ ୨୩ ଲକ୍ଷ ନେଇଥାନ୍ତେ । ଏହିପରି ମୋଟ ୨୫ ଲକ୍ଷ ଟଙ୍କାର ଡିଲ୍‌ । କେବଳ ମାର୍ଚ୍ଚ ମାସରେ ଜଣଙ୍କା ପିଛା ୨ ଲକ୍ଷ ହିସାବ କରାଯାଏ ତେବେ ୧୮୪ ଜଣ ଆଶାୟୀଙ୍କ ଠାରୁ ନେଇଥିଲେ ୩ କୋଟି ୬୮ ଲକ୍ଷ । ଏହାବାଦ ଚନ୍ଦକା ରିସର୍ଟରେ ମୁନା ମହାନ୍ତି ଏବଂ ଲୋକନାଥ ସାହୁ ୧୫୦ ଜଣ ଚାକିରୀ ଆଶାୟୀଙ୍କୁ ରଖିଥିଲେ । ସେଠାରେ ମଧ୍ୟ ପ୍ରଶ୍ନପତ୍ର ଦେଖାଯାଇଥିଲା । ଏଠି ବି ସମାନ ଡିଲ୍‌ ।

ଗିରଫ ଦଲାଲମାନେ ମାଷ୍ଟରମାଇଣ୍ଡ ମୁନା ମହାନ୍ତି ନିର୍ଦ୍ଦେଶରେ କାମ କରୁଥିଲେ । ମୁନାର ଡ୍ରାଇଭର ଲୋକନାଥ ସାହୁ, ପ୍ରିୟଦର୍ଶୀନି ସାମଲ, ଶ୍ରୀକାନ୍ତ ମହାରଣା, ଟି ଅଭିମନ୍ୟୁ ଦୋରା, ବିଶ୍ବରଂଜନ ବେହେରା, କନେଷ୍ଟବଳ ଅର୍ଜୁନ ନାୟକ ଏମାନେ ଚାକିରୀ ଆଶାୟୀ ଯୋଗାଡ କରୁଥିଲେ ମୁନା ଇସାରାରେ । ଖାଲି ସେତିକି ନୁହେଁ ସେମାନଙ୍କୁ ମୋଟିଭେଟ୍‌ ମଧ୍ୟ କରୁଥିଲେ । ମୋଟ ୯୩୩ ଏସଆଇ ପଦବୀ ଥିଲା । ଏହାର ୨୦ ପ୍ରତିଶତ ପଦରେ ଚାକିରି ଦେବାକୁ ହୋଇଥିଲା ପୂରା ଗେମ୍‌ ପ୍ଲାନ । ମୁନା ମହାନ୍ତି, ଶଙ୍କର ପୃଷ୍ଟି, ତ୍ରିନାଥ ଜେନା ପୁରା ନେଟଓ୍ବାର୍କକୁ ଅପରେଟ କରୁଥିଲେ । ଏବେ ବଡ଼ ପ୍ରଶ୍ନ, ପୂରା କେଳେଙ୍କାରୀ ପଛରେ କିଏ ସେ ମାଷ୍ଟରମାଇଣ୍ଡ ? ପୂର୍ବ ସରକାରରେ ୧୦୦୦ କୋଟି ଟଙ୍କା ଡିଲ୍‌ ପଛରେ କାହାର ରହିଛି ହାତ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SI Exam Scam Exposed: CBI Charge Sheet Reveals Digha Module, ₹25 Lakh Deal Per Job | Argus News