SI Scam / ଫିଲ୍ମ ଷ୍ଟାଇଲ୍ରେ ଚେହେରା ବଦଳାଇଥିଲା ଶଙ୍କର !

Key Points
ତେଣୁ ସେ ଚିନ୍ତା କଲା, ଭାରତ ଛାଡ଼ି ବିଦେଶ ଚାଲିଯିବ ।
ଶଙ୍କର ପୃଷ୍ଟି । ଗତ ମାସେ ହେବ ଏହି ନାଁ ଗଣମାଧ୍ୟମ ପାଇଁ ଏକ ରହସ୍ୟ ପାଲଟିଥିଲା । ପୋଲିସ ସହ ଲୁଚକାଳି ଖେଳୁଥିଲା ଶଙ୍କର । କେବେ ଧରାପଡ଼ିବ ବୋଲି ସରକାରଙ୍କ ଉପରେ ବଢ଼ୁଥିଲା ଚାପ । ହେଲେ ଶଙ୍କରର ସବୁ ଖେଳ ଖତମ । ମାସକର ଲୁଚକାଳି ଖେଳରେ ଫୁଲ୍ଷ୍ଟପ ଲଗାଇଲା କ୍ରାଇମବ୍ରାଞ୍ଚ । ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଫିଲ୍ମ ଷ୍ଟାଇଲ୍ରେ ଚକମା ଦେଇ ଫେରାର୍ ଥିଲା ଶଙ୍କର । SI ପରୀକ୍ଷା କେଳେଙ୍କାରୀ ପ୍ରଘଟ ପରେ ହୋଇଯାଇଥିଲା ଫେରାର୍ ।
କ'ଣ ଥିଲା ଶଙ୍କରର ପ୍ଲାନ୍ ?
ଶଙ୍କର କଉଁଠି ଲୁଚିଥିଲା ? ଓଡ଼ିଶାରୁ ବାହାରି କୁଆଡ଼େ ଯାଇଥିଲା ? କ'ଣ ଥିଲା ତାର ପ୍ଲାନିଂ ? ଏନେଇ ସାଧାରଣରେ ଉଠିଥିଲା ପ୍ରଶ୍ନ । ହେଲେ ଏବେ ସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁସାରେ, SI ପରୀକ୍ଷା କେଳେଙ୍କାରୀ ଖବର ସାମ୍ନାକୁ ଆସିବା ପରେ ଶଙ୍କର ପ୍ରଥମେ ଓଡ଼ିଶା ଛାଡ଼ି ଦିଲ୍ଲୀ ଚାଲିଯାଇଥିଲା । ତାପରେ ସେଠାରେ କିଛି ଦିନ ଆତ୍ମଗୋପନ କରିଥିଲା । କିନ୍ତୁ ସେଠି ଯେତେବେଳେ ସୁରକ୍ଷିତ ମଣିନଥିଲା, ତାପରେ ନେପାଳରେ କିଛି ଦିନ ଲୁଚିଥିଲା ।
ଏହାସହ ପଢ଼ନ୍ତୁ:- 'ମୋର କାହା ସହ କିଛି ସମ୍ପର୍କ ନାହିଁ, ମୁଁ ଲୁଚି ନଥିଲି'
ନେପାଳରେ ବି ଭୟ ଭିତରେ ରହୁଥିଲା ଶଙ୍କର । ତେଣୁ ସେ ଚିନ୍ତା କଲା, ଭାରତ ଛାଡ଼ି ବିଦେଶ ଚାଲିଯିବ । ତେଣୁ ନେପାଳରୁ ସିଧା ଦୁବାଇ ପାଇଁ ପ୍ଲାନ କରୁଥିଲା । ହେଲେ ତା'ପୂର୍ବରୁ ଧରାପଡ଼ିଗଲା । କାରଣ ତା ନାଁରେ ଲୁକ୍ ଆଉଟ୍ ନୋଟିସ ଜାରି ହୋଇସାରିଥିଲା । ତେଣୁ ସେ ଆଉ ବର୍ଡର ପାର କରି ଦେଶ ଛାଡ଼ି ଯାଇପାରିନଥିଲା । ଶେଷରେ ସେହି ନେପାଳ ସୀମା ଉତ୍ତରାଖଣ୍ଡରୁ ଧରାପଡ଼ିଥିଲା । ଏପଟେ ଗାଜିଆବାଦ ପାଖାପାଖି ଅଞ୍ଚଳରେ ନିଜ ପରିବାରକୁ ରଖିଥିଲା ଶଙ୍କର । ସେଠାରୁ ମଧ୍ୟ ଶଙ୍କରର ପତ୍ନୀ ଦିପ୍ତିମୟୀଙ୍କୁ ଗିରଫ କରିଛି ପୋଲିସ ।
ଏହି ଲୁଚକାଳି ସମୟରେ ଶଙ୍କର କିଛି ଆଇନଜୀବୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଥିଲା । ଖାଲି ସେତିକି ନୁହେଁ ଗିରଫ ଭୟରେ ନିଜ ପରିଚୟ ଲୁଚାଇବାକୁ ବି କରିଥିଲା ବଡ଼ ପ୍ଲାନ୍ । ଦାଢ଼ି ବଢ଼ାଇଥିଲା ନିଜ ଚେହେରାକୁ ଢ଼ାଙ୍କିବାକୁ ଚେଷ୍ଟା କରିଥିଲା ।
ଏହାସହ ଅଧିକ ପଢ଼ନ୍ତୁ:- 'BJD ସମୟରେ ହୋଇଥିଲା ବଡ଼ ଷଡ୍ଯନ୍ତ୍ର'
ଯେତେବେଳ କ୍ରାଇମବ୍ରାଞ୍ଚ ଶଙ୍କର ବାବଦରେ ସୂଚନା ପାଇଥିଲା, ସେତେବେଳେ ଏକ ୪ ଜଣିଆ ଟିମ୍ ଉତ୍ତରାଖଣ୍ଡ ଯାଇ ଡେରାପକାଇଥିଲା । ଏହି ଟିମ୍ରେ ଜଣେ DSP ରାଙ୍କର ଅଧିକାରୀ ମଧ୍ୟ ଥିଲେ । ଶେଷରେ ଜାଲ ବିଛାଇ ଶଙ୍କରକୁ ନେପାଳ ସୀମା ଉତ୍ତରାଖଣ୍ଡରୁ ଧରିଥିଲା କ୍ରାଇମବ୍ରାଞ୍ଚ ଏହି ସ୍ୱତନ୍ତ୍ର ଟିମ୍ । ଖାଲି ସେତିକି ନୁହେଁ ଏପଟେ ତାର ଦାମୀ ଫର୍ଚ୍ୟୁନର୍ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ ।
ଧରାପଡ଼ିବା ପରେ କ'ଣ କହିଲା ଶଙ୍କର ?
ଶଙ୍କରକୁ ଗିରଫ କରି ଭୁବନେଶ୍ୱର ଆଣିଛି କ୍ରାଇମବ୍ରାଞ୍ଚ । ଆଉ ତାପରେ ଗଣମାଧ୍ୟମ ଆଗରେ ଶଙ୍କର କରିଛି ବଡ଼ ଖୁଲାସା । ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଇଛି ଚାଞ୍ଚଲ୍ୟକର ବୟାନ । କହିଲା ବିଜେଡି ସରକାର ସମୟରେ ହୋଇଥିଲା ବଡ଼ ଷଡ୍ଯନ୍ତ୍ର । ବିଜେଡି ଶାସନରେ ହୋଇଥିଲା ୧୦୦୦ କୋଟିର ଡିଲ । ଖାଲି ସେତିକି ନୁହେଁ, ଶଙ୍କର ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଆହୁରି କହିଛି, 'ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି । ଆଗୁଆ ବେଲ ପାଇଁ ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ବି ଫାଇଲ୍ କରିଥିଲି । ଗୋଟିଏ ମାସ ସମୟ ଦେଇଥିଲେ ମୁଁ ନିଜେ ସରେଣ୍ଡର କରିଥାନ୍ତି । ମୋ ପତ୍ନୀଙ୍କ ନାଁରେ କୌଣସି କେସ୍ ନାହିଁ । ଗିରଫ ହୋଇଥିବା ଆଶୟୀଙ୍କ ସହ ମୋର କିଛି ଯୋଗାଯୋଗ ନାହିଁ' ।
📱 Get Argus News App
✨Related Topics
Explore more stories