Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫାଟିଲା ଗ୍ୟାସ ଟାଙ୍କି; ଜଳିଗଲେ ଭାଇ-ଭଉଣୀ

Odisha

ଫାଟିଲା ଗ୍ୟାସ ଟାଙ୍କି; ଜଳିଗଲେ ଭାଇ-ଭଉଣୀ

Smruti Parija
Browse all articles by Smruti Parija
·1 year ago
ଫାଟିଲା ଗ୍ୟାସ ଟାଙ୍କି; ଜଳିଗଲେ ଭାଇ-ଭଉଣୀ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବଳରାମପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ଭାଇ ଭଉଣୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଘରେ ନିଆଁ ଲାଗି ଜୀବନ୍ତ ଜଳିଯାଇଛନ୍ତି ଭାଇଭଉଣୀ । ୧୧ ବର୍ଷୀୟା ଭଉଣୀ ଓ ୯ ବର୍ଷୀୟ ଭାଇର ମୃତ୍ୟୁ ହୋଇଛି । ଏହାଛଡ଼ା ଘରେ ଥିବା ବହୁତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି ।

ରାଜନଗର  ବ୍ଲକ କୁରୁଣ୍ଟି ବଳରାମପୁର ଗ୍ରାମରେ ଗ୍ୟାସ ଟାଙ୍କି ଫାଟିବାରୁ ଘରେ ନିଆଁ ଲାଗିଥିଲା । ମାଆ ଘରୁ ବାହାରି ଆସି ସଂଜ୍ଞାହୀନ ହୋଇ ପଡି ଯାଇଥିଲେ । ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ସାରିଲା ପରେ ଘର ଭିତରେ ଦୁଇଟି ମୃତଦେହ ପଡି ଥିବାର ଦେଖିଥିଲେ l ତେବେ ଘଟଣାସ୍ଥଳରେ ତହସିଲଦାର ଓ ବିଡ଼ିଓ ପହଞ୍ଚିଥିବା ଜଣାପଡିଛି । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Siblings die in fire due to cylinder blast | Argus News