ଅବହେଳିତ ଅବସ୍ଥାରେ ସିଧବାଲି ଗାଁ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡାର ଅବହେଳିତ ଗାଁ ସିଧବାଲି। ଏମିତି ଏକ ଗାଁ ନା ସେ ଏକୁଳର ହେଇପାରୁଛି, ନା ସେକୁଳର । ଦୁଇଟି ନିର୍ବାଚନ ମଣ୍ଡଳୀ, ଦୁଇଟି ତହସିଲ ଓ ତିନିଟି ପଂଚାୟତରେ ଥିବା ଏଇ ଗ୍ରାମବାସୀଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। ସିଦ୍ଧବାଲି ୧୯୮୮ରୁ ରାଜସ୍ଵ ଗ୍ରାମର ମାନ୍ୟତା ପାଇଥିବା ବେଳେ ଏହା ପଟ୍ଟାମୁଣ୍ଡାଇ ତହସିଲର ଅଣ୍ଡରା ରାଜସ୍ବ ସର୍କଲରେ ରହିଛି। ମାତ୍ର ଏହି ଗାଁ ଅମୃତମଣୋହି, ବଲୁରିଆ, ନୂଆପଡ଼ା ତିନୋଟି ପଂଚାୟତ ରେ ବାଣ୍ଟି ହୋଇରହିଥିବାବେଳ ଆଳି ଓ ପଟ୍ଟାମୁଣ୍ଡାଇ ବିଧାନସଭା ଅଧୀନରେ ରହିଛି। ଫଳରେ ସ୍ଥାନୀୟ ଅଧିବାସୀ ଦୀର୍ଘ ୩୫ ବର୍ଷ ହେଲା ସରକାରୀ ସାହାଯ୍ୟ ସହାୟତା ଓ ବିଭିନ୍ନ ଜଣକଲ୍ୟାଣ ଯୋଜନା, ରାସ୍ତାଘାଟ ପ୍ରଭୃତି ଉନ୍ନତିମୂଳକ କାର୍ଯ୍ୟରୁ ବଞ୍ଚିତ ହୋଇ ରହୁଛନ୍ତି ।
ଗାଁଟି ବ୍ରାହ୍ମଣୀ ଅବାହିକାରେ ରହିଛି। ବନ୍ୟାପୀଡିତ ଧୋୟାଞ୍ଚଳରେ ଥିବା ଗାଁର ୩ଟି ୱାର୍ଡ ବଲୁରିଆ ଗ୍ରାମ ପଞ୍ଚାୟତରେ ଓ ୨ଟି ୱାର୍ଡ ନୂଆପଡ଼ା ପଞ୍ଚାୟତ ଅଧୀନରେ ରହିଛି । ନୂଆପଡା, ବଲୁରିଆ ୨ଟି ପଞ୍ଚାୟତ ଆଳି ତଟବନ୍ଧ ଅଞ୍ଚଳ ଅନ୍ତର୍ଭୁକ୍ତ ଥିବାରୁ ଏହି ଅଞ୍ଚଳର ଚାଷୀ ଫସଲ ବୀମା ଓ ଅନ୍ୟ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି !ବନ୍ୟା ଘେରରେ ଥାଇ ମଧ୍ୟ୍ୟ ବନ୍ୟା ସମୟରେ ଆସୁଥିବା ସହାୟତା ମିଳିପାରୁନି ଏମାନଙ୍କୁ !
ଶେଷରେ ନିରାସ ଗ୍ରାମବାସୀ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଦାବିପତ୍ର ପ୍ରଦାନ କରି ସିଦ୍ଧବାଲି ଗ୍ରାମକୁ ଅମୃତମଣୋହି ପଞ୍ଚାୟତରେ ସାମିଲ କରିବା ପାଇଁ ଦାବି କରିଛନ୍ତି । ଆଗାମୀ ଦିନରେ ସରକାର ଯଦି କୌଣସି ପଦକ୍ଷେପ ନନିଅନ୍ତି ତେବେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: