Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟ ବାହାରକୁ ଲମ୍ବିଛି ସିମ୍ ବକ୍ସ ଅପରେସନ ନେଟୱର୍କ

Odisha

ରାଜ୍ୟ ବାହାରକୁ ଲମ୍ବିଛି ସିମ୍ ବକ୍ସ ଅପରେସନ ନେଟୱର୍କ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟ ବାହାରକୁ ଲମ୍ବିଛି ସିମ୍ ବକ୍ସ ଅପରେସନ ନେଟୱର୍କ

ଅର୍ଗସ ବ୍ୟୁରୋ:  ରାଜ୍ୟ ବାହାରକୁ ଲମ୍ବିଛି ସିମ୍ ବକ୍ସ ଅପରେସନ ନେଟୱର୍କ। ତୃତୀୟ ସିମ୍ ବକ୍ସ ସନ୍ଧାନରେ ଝାଡ଼ଖଣ୍ଡ ଯିବ କମିଶନରେଟ ପୋଲିସ। ଖୁବ୍ ଶୀଘ୍ର ଝାଡ଼ଖଣ୍ଡ ଯାଇ ସିମ୍ ବକ୍ସ ଲିଙ୍କର ଖୋଳତାଡ଼ କରିବ ପୋଲିସ। ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା। ଅନ୍ୟପଟେ ରାଜୁ ମଣ୍ଡଳର ପୈତୃକ ଘର ପଶ୍ଚିମବଙ୍ଗ ଯାଇ ମଧ୍ୟ ଅଧିକ ଝାନଭିନ୍ କରିପାରେ କମିଶନରେଟ ପୋଲିସ। ସେପଟେ ସିମ୍ ବକ୍ସର ବ୍ୟବହାରକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପୋଲିସ କମିଶନର।

ଏହି ସବୁ ସିମ୍ ବକ୍ସକୁ ଇଣ୍ଟରନ୍ୟାସନାଲ କଲର କଭର ଅପ୍ ପାଇଁ ବ୍ୟବହାର କରାଯାଉଥିଲା। ଯଦି କେହି ଅନ୍ତଃରାଷ୍ଟ୍ରୀୟ କଲ କରେ ଏହାକୁ ଇଣ୍ଡିଆନ ନମ୍ବରରେ କନଭର୍ଟ କରିଦିଆଯାଉଥିଲା ଯାହା ଫଳରେ କଲରଙ୍କ ପରିଚୟକୁ ଢ଼ଙ୍କାଯାଇପାରିବ। ତେଣୁ ଏହାକୁ ବ୍ୟବହାର କରି ଡ୍ରଗ୍ସ ରାକେଟ୍ କି ଆତଙ୍କବାଦ କାର୍ଯ୍ୟକଳାପ ଭଳି ସାଂଘାତିକ ଡିଲ୍ କରାଯାଉଥିଲା କି ନାହଁ ତାର ତଦନ୍ତ ଜାରି ରହିଛି। ଅନ୍ୟପଟେ ଆଜି ଭୁବନେଶ୍ବର ଲକ୍ଷ୍ମୀସାଗର ସ୍ଥିତ ଲିଙ୍ଗରାଜ ହୋଟେଲରେ ପହଞ୍ଚି ଛାନଭିନ୍ କରିଛି ପୋଲିସ। ଓଡ଼ିଶା ଆସିଲେ ଏହି ହୋଟେଲରେ ରହୁଥିଲା ସିମ ବକ୍ସ ରାକେଟର ମାଷ୍ଟରମାଇଣ୍ଡ ଆସାଦ୍ଦୁର ଜମାନ। ତେଣୁ କିଛି ସୂରାକ୍ ମିଳିବା ଆଶାରେ ଆଜି ଏହି ହୋଟେଲରେ ଚଢ଼ାଉ କରିଛି କମିଶନରେଟ ପୋଲିସ। ହୋଟେଲର ରେଜିଷ୍ଟ୍ରାର୍ ସମେତ ସିସିଟିଭି ଯାଞ୍ଚ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SIM Box Operation Network Extends Out of State | Argus News