Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫ ଦଫା ଦାବି ନେଇ ଶିମିଳିପାଳ ଅଭୟାରଣ୍ୟ ରାସ୍ତା ବନ୍ଦ

Odisha

୫ ଦଫା ଦାବି ନେଇ ଶିମିଳିପାଳ ଅଭୟାରଣ୍ୟ ରାସ୍ତା ବନ୍ଦ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୫ ଦଫା ଦାବି ନେଇ ଶିମିଳିପାଳ ଅଭୟାରଣ୍ୟ ରାସ୍ତା ବନ୍ଦ

ଅର୍ଗସ ବ୍ୟୁରୋ:  ମୟୁରଭଞ୍ଜ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଶିମିଳିପାଳ । ବର୍ତ୍ତମାନ ପର୍ଯ୍ୟଟନ ୠତୁ ଥିବା ବେଳେ  ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ପୂର୍ବରୁ ଥିବା ୫ ଦଫା ଦାବିକୁ ନେଇ ଶିମିଳିପାଳର ଅସ୍ତ କୁଅଁର, ଗୁଡୁ ଗୁଡ଼ିଆ, ବରେହିପାଣି, ଜୋରନ୍ଦା ଛକ, ସାନ ଉସ୍କି, ଚହଲା ଓ ଲାଞ୍ଜି ଘୋଷରା ମୁଖ୍ୟ ସ୍ଥାନ ରାସ୍ତାଗୁଡିକ ଅବରୋଧ କରିଛି  ଶିମିଳିପାଳ ବିକାଶ ପରିଷଦ  ।

ଏହି ଆନ୍ଦୋଳନ ରେ ୩ ଟି ଗ୍ରାମ ପଞ୍ଚାୟତର ଶତାଧିକ ଲୋକେ ସାମିଲ ହୋଇଥିଲେ। ଏହାସହ ଆଜି ସକାଳ 10 ଘଟିକାରୁ ଶିମିଳିପାଳ ଅଭୟାରଣ୍ୟ ର ପ୍ରମୁଖ ରାସ୍ତା ବନ୍ଦ କରି  ଧାରଣା ଦେଇଛନ୍ତି । କାଳିକାପ୍ରସାଦ ଗେଟ ଠାରୁ ଗଡ଼ ଶିମିଳିପାଳ ପର୍ଯ୍ୟନ୍ତ ଭଲ ରାସ୍ତା ନିର୍ମାଣ,ଶିମିଳିପାଳ ମଧ୍ୟରେ ମୋବାଇଲ ଟାୱାର, ଶିମିଳିପାଳ ମୁଖ୍ୟ ରାସ୍ତାରେ କାଠ ପୋଲ ବଦଳରେ କଂକ୍ରିଟ ପୋଲ ନିର୍ମାଣ,ଶିମିଳିପାଳ ମଧ୍ୟରେ ଥିବା ରାଜସ୍ୱ ଗାଁ ଗୁଡିକରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏବଂ ଶିମିଳିପାଳ ଅଭୟାରଣ୍ୟର ଶିକ୍ଷିତ ଯୁବକ ଯୁବତୀ କୁ ସ୍ଥାୟୀ ନିଯୁକ୍ତି ଦାବି କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବା ସହ ଧାରଣା ରେ ବସିବେ ଶିମିଳିପାଳବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Similipal Sanctuary Road Blocked Indefinitely | Argus News