Similipal Online Booking / ପର୍ଯ୍ୟଟକଙ୍କ ପାଇଁ ଖୁସିଖବର… ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ, ଆଜିଠୁ କରନ୍ତୁ ବୁକିଂ
·58 mins ago·1 min read

Key Points
ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
ଶିମିଳିପାଳ ପ୍ରେମୀ ଓ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ। ଏନେଇ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ପର୍ଯ୍ୟଟକମାନେ ପିଠାବଟା ଓ ଜାମୁଆଣି ପ୍ରବେଶ ପଥ ଦେଇ ଶିମିଳିପାଳ ଭିତରକୁ ପ୍ରବେଶ କରିପାରିବେ। ପିଠାବଟା ପଥରେ ଦୈନିକ ୬୦ଟି ଏବଂ ଜାମୁଆଣି ପଥରେ ୩୫ ଓ ପିଠାବଟା ପଟୁ ୨୫ଟି ଚାରିଚକିଆ ଯାନକୁ ପ୍ରବେଶ ଅନୁମତି ମିଳିବ। ସକାଳ ୮ଟାରୁ ୯ଟା ପିଠାବଟା ଫାଟକ ଓ ୫ଟା ରୁ ୯ଟା ମଧ୍ୟରେ ପ୍ରବେଶ କରିବା ସହ ଅପରାହ୍ନ ୬ଟା ପୂର୍ବରୁ ନିର୍ଦ୍ଦିଷ୍ଟ ପ୍ରସ୍ଥାନ ପଥ ଛାଡ଼ିବା ବାଧ୍ୟତାମୂଳକ ରହିଛି।
ଏଥିସହ ପର୍ଯ୍ୟଟକମାନେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦ୍ୱାରା ନିୟୋଜିତ ଇଡିସି ମାଧ୍ୟମରେ ପରିଚାଳିତ ୱାଇଲ୍ଡଲାଇଫ୍ ସଫାରିର ମଧ୍ୟ ମଜା ନେଇପାରିବେ। କୁମାରୀ, ଗୁଡ଼ଗୁଡ଼ିଆ, ଚହଲା, ବରେହିପାଣି ଓ ଜାମୁଆଣି ଭଳି ପ୍ରକୃତି ନିବାସରେ ରାତ୍ରିଯାପନ ସହ ପ୍ରବେଶ ଅନୁମତି ପାଇଁ www.similipal.org ଏବଂ www.ecotourodisha.com ମାଧ୍ୟମରେ ଅଗ୍ରୀମ ବୁକିଂ କରିହେବ।
ପ୍ରକୃତିର ମନୋରମ ଦୃଶ୍ୟ, ବନ୍ୟଜନ୍ତୁ ଓ ଜୈବବିବିଧତାକୁ ନିକଟରୁ ଉପଭୋଗ କରିବା ପାଇଁ ନୂଆ ପର୍ଯ୍ୟଟନ ଋତୁରେ ଶିମିଳିପାଳକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ଆଶା କରାଯାଉଛି। ତେବେ ଜଙ୍ଗଲର ସୁରକ୍ଷା ଓ ପରିବେଶର ସନ୍ତୁଳନ ବଜାୟ ରଖିବା ପାଇଁ ପର୍ଯ୍ୟଟକଙ୍କୁ ସମସ୍ତ ନିୟମ ଓ କଟକଣା ମାନିବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories