Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ଲକ୍ଷାଧିକ ଟଙ୍କାର ଚୋରା କୋଇଲା ଜବତ କଲା ସିମୁଳିଆ ପୋଲିସ।

Odisha

 ଲକ୍ଷାଧିକ ଟଙ୍କାର ଚୋରା କୋଇଲା ଜବତ କଲା ସିମୁଳିଆ ପୋଲିସ।

Manini Pattanayak
Browse all articles by Manini Pattanayak
·2 years ago
 ଲକ୍ଷାଧିକ ଟଙ୍କାର ଚୋରା କୋଇଲା ଜବତ କଲା ସିମୁଳିଆ ପୋଲିସ।

ବାଲେଶ୍ୱର: ଲକ୍ଷାଧିକ ଟଙ୍କାର ଚୋରା କୋଇଲା ଜବତ କଲା ସିମୁଳିଆ ପୋଲିସ।  ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ଛକ ନିକଟରେ ଏକ ନିଛାଟିଆ ସ୍ଥାନରେ ଥିବା ଚୋରା କୋଇଲା ଡିପୁ ଉପରେ ସିମୁଳିଆ ପୋଲିସର ଚଢ଼ାଉ।  

ଲକ୍ଷାଧିକ ଟଙ୍କାର କୋଇଲା ଜବତ। ସିମୁଳିଆ ଅଞ୍ଚଳରେ ଦୀର୍ଘଦିନଧରି  ଚୋରା କୋଇଲା କାରବାର ଚାଲିଥିବା ଅଭିଯୋଗ ହୋଇଆସୁଥିଲା।  ଜାମୁଝାଡ଼ି ଅଞ୍ଚଳରେ ଏକ ନିଛାଟିଆ ସ୍ଥାନରେ ଏକ କୋଇଲା ଡିପୁ ଚାଲିଥିବା ସିମୁଳିଆ ପୋଲିସ ଖବର ପାଇ ଆଜି ଡିପୁ ଉପରେ ଚଢ଼ାଉ କରିଥିଲା। ଡିପୁରୁ ୫୦୦ରୁ ଉର୍ଦ୍ଧ କୋଇଲା ବସ୍ତା ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ ଚଳାଇଛି। ଭଦ୍ରକ ଅଞ୍ଚଳରୁ ଏହି ଚୋରା କୋଇଲା ଆସୁଥିବା ବେଳେ ସିମୁଳିଆରେ ବିଭିନ୍ନ ଅଞ୍ଚଳରେ ଡିପୁ ଖୋଲି କୋଇଲା ମାଫିଆ ମାନେ ବାହାର ଅଞ୍ଚଳକୁ ଚୋରା ଚାଲାଣ କରିଆସୁଥିଲେ। 

ଅଧିକ ପଢନ୍ତୁ ଓଡିଶା ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Simulaba police seized stolen coal worth lakhs of rupees. | Argus News