Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତାତିଲେଣି ସିଙ୍ଗାରପୁର ଗ୍ରାମବାସୀ

Odisha

ତାତିଲେଣି ସିଙ୍ଗାରପୁର ଗ୍ରାମବାସୀ

Jitendra Dash
Browse all articles by Jitendra Dash
·2 years ago·2 min read
ତାତିଲେଣି ସିଙ୍ଗାରପୁର ଗ୍ରାମବାସୀ

ଅର୍ଗସ ବ୍ୟୁରୋ : ରାସ୍ତା ନୁହଁ ତ ମରଣଯନ୍ତା । ଯିବା କଥା ତ ଦୂରର...ଭାବିବା ବେଳକୁ ଲାଗୁଛି ଡର । ଏଥିରେ କିଏ ଯିବ ? ଏଭଳି ରାସ୍ତା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ମାଟିଆଗଡ ଗ୍ରାମପଞ୍ଚାୟତର ସିଙ୍ଗାରପୁର ଗାଁ, ଗ୍ରାମକୁ ଯିବାକୁ ନା ଭଲ ରସ୍ତା ଅଛି ନା ଭଲ ପକ୍କା ରାସ୍ତା ନିର୍ମାଣ ହୋଇଛି । ଯାହାକୁ ନେଇ ତାତିଲେଣି ସିଙ୍ଗାରପୁର ଗ୍ରାମବାସୀ । ଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରି ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ । ଯାହାଫଳରେ ଆଗାମୀ  ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । 

ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ପକ୍କା ସଡକ ଯୋଜନାରେ ସାମିଲ ହୋଇ ପାରିନାହିଁ । ଗୋଟିଏ ପଟେ ସରକାର୍ ବିକାଶ କଥା କହୁଥିବା ବେଳେ ଆଜିବି ରାସ୍ତା ସମସ୍ୟାରେ ଯୁଝି ହେଉଛନ୍ତି ଗାଁ ଲୋକ । ଗ୍ରାମରେ ୯ ଶହରୁ ଉର୍ଦ୍ଧ୍ବ ଲୋକସଂଖ୍ୟା ଥିବା ବେଳେ ୭ ଶହ ପାଖାପାଖି ଭୋଟର୍ ରହିଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ଗାଁକୁ ଖଣ୍ଡିଏ ପକ୍କା ରାସ୍ତା ଦେଲେନି ରାଜ୍ୟ ସରକାର ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିଙ୍ଗାରପୂର ଗ୍ରାମରେ ଅଧିକାଂଶ ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ଲୋକ ବସବାସ କରନ୍ତି । ସିଙ୍ଗାରପୁର ଠାରେ  ଏସ୍ ଏସ୍ ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ସେ ବିଦ୍ୟାଳୟ ର ସମ୍ମୁଖ ରାସ୍ତାର ଅବସ୍ଥା ଶୋଚନୀୟ ଥରେ ଦେଖୁ ନାହାନ୍ତି ଏ ରାସ୍ତାର ଅବସ୍ତା । ଏ ରାସ୍ତାରେ ପ୍ରତିଦିନ ଅନେକ ଛାତ୍ରଛାତ୍ରୀ ଯିବା ଆସିବା କରଥାନ୍ତି ।

ପାଖାପାଖି ତିନୋଟି ସ୍କୁଲ ଥିବାରୁ ଛାତ୍ରଛାତ୍ରୀ ମାନେ ଖାରାପ ରସ୍ତାରେ ଯିବା ଆସିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିବାବକ । ଏ ସମ୍ପର୍କରେ ମାଟିଆଗଡ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାଡ ମେମ୍ବର, ପୂର୍ବତନ ସରପଞ୍ଚ ସମେତ ଶତାଧିକ ଗ୍ରାମବାସୀ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେହିପରି  ୫ଟି ଅଧକ୍ଷ ଯଶିପୁର ଗସ୍ତରେ ଆସିଥିବା ସମୟରେ ମଧ୍ୟ ଅଭିଯୋଗ କରିଥିଲେ । ତଥାପି ଆଜି ଯାଏ ଏହି ରାସ୍ତା କାମ ହୋଇ ପାରିଲା ନାହିଁ ।
 

Sponsored
singapore village road issue | Argus News