କଟକରେ ଅନୁଷ୍ଠିତ ହେବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି କଟକରେ ଅନୁଷ୍ଠିତ ହେବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ। ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ପୂର୍ବରୁ ୮ ଟି ବୈଠକ ହୋଇସାରିଥିବା ବେଳେ ୮ ଟି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ତେବେ ଆସନ୍ତାକାଲି ହେବାକୁ ଥିବା ବୈଠକରେ ପ୍ରବର୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ, ଆୟକର ବିଭାଗ, ସିବିଆଇ, କଷ୍ଟମ, କ୍ରାଇମବ୍ରାଞ୍ଚ, ଓଡ଼ିଶା ପୋଲିସ୍, ଅବକାରୀ, ଭିଜିଲାନ୍ସ, ଇଓଡବ୍ଲୁ ଭଳି କେନ୍ଦ୍ର ଓ ରାଜ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀ ଯୋଗ ଦେବେ।
ବର୍ତ୍ତମାନ ଓଡିଶାରେ ଭିଜିଲାନ୍ସ ପଞ୍ଜାରେ ପଡ଼ିଥିବା ୧୧ ଜଣ ଲାଞ୍ଚୁଆ ଅଧିକାରୀଙ୍କ ସହ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଲିଷ୍ଟ ମାଗିଛି ଏସଆଇଟି। ତେବେ ଦେଶରେ କଳାଧନ ବାହାର କରି ଲୋକଲୋଚନକୁ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ ମସିହାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ ବି ଶାହଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ ହୋଇଥିଲା। ଯାହାର ଉପାଧ୍ୟକ୍ଷ ଅଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
